ଆସନ୍ତାକାଲି ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଦିଲ୍ଲୀ: ଏପ୍ରିଲ ୨୬: ଦୁଇ ସପ୍ତାହ ହେବ ଦେଶରେ କରୋନା ସଂକ୍ରମଣ ବଢ଼ୁଛି । ପ୍ରତ୍ୟେକ ଦିନ ଦୁଇ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଆଜି ମଧ୍ୟ ଦେଶରେ ହଜରା ଉପରୁ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି । ଏଣୁ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ସଂକ୍ରମଣ ସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯକ୍ରମର ରହିଛି । ମଧ୍ୟାହ୍ନ ୧୨ଟା ବେଳେ ମୋଦି ଭିଡିଓ କନ୍‌ଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଉକ୍ତ ଆଲୋଚନା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ସେମାନଙ୍କ ମନ୍ତ୍ରଣାଳୟର ଅଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳାୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉକ୍ତ ବୈଠକରେ ଦେଶରେ କରୋନା ସ୍ଥିତି ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ବିଭିନ୍ନ ରାଜ୍ୟର ଟିକାକରଣ, ବୁଷ୍ଟର ଡୋଜ୍‌ ବାବଦରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିବେ । ଏଥିପାଇଁ ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟର କୋଭିଡ୍‌ ରିପୋର୍ଟ ମଗାଇବା ଥିବା ସହିତ ଜିଲ୍ଲାର ମାଜେଷ୍ଟିଙ୍କ ସହିତ ବ୍ୟାପକ ଆଲୋଚନା କରିଥିବା ସୂଚନା ରହିଛି ।

Comments are closed.