ଦିଲ୍ଲୀ:ବ୍ରିଟେନ୍ର ନୂଆ ଭାବେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବା ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ଟେଲିଫୋନରେ କଥା ହୋଇଛନ୍ତି । ଗୁରୁବାର ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ସହମତି ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ନଭେମ୍ବର ମଧ୍ୟଭାଗରରେ ବାଲିରେ ଜି-୨୦ ସମ୍ମିଳନୀ ବୈଠକ ହେବ । ସେହି ବୈଠକ ଅବସରରେ ସୁନକ ଓ ମୋଦି ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟିବେ ।
Glad to speak to @RishiSunak today. Congratulated him on assuming charge as UK PM. We will work together to further strengthen our Comprehensive Strategic Partnership. We also agreed on the importance of early conclusion of a comprehensive and balanced FTA.
— Narendra Modi (@narendramodi) October 27, 2022
୧୦ ଡାଉନିଂ ଷ୍ଟ୍ରିଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରର ଦୁଇ ନେତା ଏକାଠି ହୋଇ ଦୁଇ ମହାନ ଗଣତାନ୍ତ୍ରିକ ଦେଶ ଭାବେ କାମ କରି ବିଶ୍ୱର ବିକାଶୀଳ ଅର୍ଥନୀତିକୁ ସଶକ୍ତ କରିବାକୁ ରାଜି ହୋଇଛନ୍ତି । ସେହିପରି ଉଭୟ ନେତା ବ୍ୟକ୍ତିଗତ ଭାବେ ଇଣ୍ଡୋନେସିଆରା ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପରସ୍ପରକୁ ଭେଟିବାକୁ ରାଜି ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଫୋନରେ କଥା ହେବା ସମୟରେ ଋଷି ସୁନକଙ୍କୁ ୧.୬ ବିଲିୟନ ଲୋକଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ବ୍ରିଟେନ ସହ ଚାଲିଥିବା ଫ୍ରି ଟେଡ ବୁଝାମଣା ସମ୍ପର୍କରେ ମୋଦି ଓ ସୁନକ ଆଲୋଚନା କରିଛନ୍ତି ।
Comments are closed.