ଦିଲ୍ଲୀ: ନଭେମ୍ବର ୧୮: ସାରା ବିଶ୍ୱରେ ଏବେ କ୍ରିପ୍ଟୋକରେନ୍ସି ବା ଅଦୃଶ୍ୟ ମୁଦ୍ରାର କାରବାର ବୃଦ୍ଧି ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି,କ୍ରିପ୍ଟୋକରେନ୍ସିି ଯେଳଭି ମନ୍ଦ ଲୋକଙ୍କ ପାଖକୁ ନଯାଏ ସେନେଇ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର ହୋଇ କାମ କରିବା ଉଚିତ୍ । ଏହି କରୋନ୍ସି ଭୁଲ୍ ବ୍ୟକ୍ତିଙ୍କ ହାତରେ ପଡ଼ିଲେ ଯୁବପିଢ଼ିଙ୍କୁ ଧ୍ୱସଂ କରିଦେବ ବୋଲି ମୋଦି ସିଡନୀର ଏକ ଭର୍ଚୁଆଲ୍ ଆଲୋଚନାରେ ଭାଗ ନେଇ କହିଛନ୍ତି ।
ଏହାକୁ ନେଇ ଅନେକ ସମୟରେ ବି ବିବାଦ ଦେଖାଦେଇଛି । ଏହି ମୁଦ୍ରା କଣ, ଏହାର କିପରି କାରବାର ହୁଏ, ତାହା ଏବେ ବି ବିଶ୍ୱର ୯୦ ପ୍ରତିଶତ ଲୋକଙ୍କ ଜ୍ଞାତସାରର ବାହାରେ ରହିଛି ।
ସୂଚନା ଥାଉଯେ, ଭାରତରେ କିଭଳି କ୍ରିପ୍ଟୋକରେନ୍ସି କାରବାର ହୋଇପାରିବ ସେ ସଂକ୍ରାନ୍ତରେ ଆଲୋଚନା ହେବାର ଅଳ୍ପ କିଛିଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ଭାରତରେ ଏହି କ୍ରିପ୍ଟୋକରେନ୍ସିି ଅନିୟନ୍ତ୍ରିତ ବଜାରରେ ଆର୍ଥିକ ଦୁର୍ନୀତି ଓ ଆତଙ୍କୀ ସଂଗଠନକୁ ଅର୍ଥ ଯୋଗାଣର ଉତ୍ସ ପାଲଟିଯିବ ବୋଲି ଆଶଙ୍କା କରାଯାଉଛି । ବିଦେଶୀ ହ୍ୟାକରମାନେ ଏହି ଅର୍ଥକୁ ଚେରାଇ ନେଉଥିବା ଅନେକ ସମୟରେ ଖବର ମଧ୍ୟ ଆସୁଛି । ଏଣୁ କ୍ରିପ୍ଟୋକରେନ୍ସିି ବିନିଯୋଗ ଉପରେ ନିୟନ୍ତ୍ରଣ ବ୍ୟବସ୍ଥାକୁ ସଦୃଢ କରିବାକୁ ମୋଦି ସତର୍କ କରାଇ ଦେଇଛନ୍ତି ।
ସୂଚନା ଯୋଗ୍ୟଯେ, ସିଡନୀ ଡାଏଲଗ୍ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଆୟୋଜିତ ହୋଇଛି । ଅଷ୍ଟ୍ରେଲିୟ ରଣନୀତିକ ପ୍ରତିଷ୍ଠାନ ପକ୍ଷରୁ ଏହି ପଦକ୍ଷପ ନିଆଯାଛି । ଏଥିରେ ଦୁନିଆକୁ ଆସୁଥିବା ନୂତନ ପ୍ରଯୁକ୍ତିବିଦ୍ୟା ଓ ଏହାର ଆହ୍ୱାନଗୁଡିକୁ ନେଇ ସରକାରୀ, ରାଜନୈତିକ ଓ ବ୍ୟାବସାୟିକ ବିଶେଷଜ୍ଞମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଓ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
Comments are closed.