ନୂଆଦିଲ୍ଲୀ: ଜୁଲାଇ ୮: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ସବୁଠୁ ପ୍ରିୟ ମିତ୍ରଙ୍କ ମଧ୍ୟରେ ଅନ୍ୟତମ ସିଞ୍ଜୋ ଆବେଙ୍କ ଦୁଃଖଦ ନିଧନରେ ସ୍ତବ୍ଦ ଓ ଦୁଃଖିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଜଣେ ମହାନ ବୈଶ୍ୱିକ ନେତା, ଉଲ୍ଲେଖନୀୟ ପ୍ରଶାସକ ଥିଲେ । ଜାପାନକୁ ବିଶ୍ୱର ଭଲ ରାଷ୍ଟ୍ରରେ ପରିଣତ କରିବାପାଇଁ ସେ ନିଜକୁ ସମର୍ପି ଦେଇଥିବା କହିଛନ୍ତି ମୋଦି । ସିଞ୍ଜୋ ଆବେଙ୍କ ସହ ସମ୍ପର୍କ ମୋର ଅନେକ କାଳର । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା କାଳରେ ତାଙ୍କୁ ଜାଣିଥିଲି ଓ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ବନ୍ଧୁତ୍ୱ ଜାରିଥିଲା । ଅର୍ଥ ବ୍ୟବସ୍ଥା ଓ ବୈଶ୍ୱିକ ମାମଲାରେ ତାଙ୍କ ଦୃଷ୍ଟିକୋଣ ବାସ୍ତବିକ ଉଲ୍ଲେଖନୀୟ ଥିଲା । ନିକଟରେ ଜାପାନ ଗସ୍ତକାଳରେ ତାଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା । ତେବେ ଏହା ଆମର ଶେଷ ସାକ୍ଷାତ ବୋଲି କେବେ କଳ୍ପନା ମଧ୍ୟ କରିନଥିଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଦୁଃଖର ଏହି କ୍ଷଣରେ ପୁରା ଭାରତ ଜାପାନ ସହ ଛିଡା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments are closed.