ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ଡବଲ ଏନକାଉଣ୍ଟର। ଦୁଇଜଣ ଲୁଟେରାଙ୍କୁ ଏନକାଉଣ୍ଟର କରିଛି ସ୍ପେଶାଲ ସ୍କାର୍ଡ। ଭୁବନେଶ୍ବର ବରଗଡ଼ ଥାନା ଅଞ୍ଚଳରେ ହୋଇଛି ଏନକାଉଣ୍ଟର । ୨ ଲୁଟେରା ବିହାର କଟିହାର ଅଞ୍ଚଳର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ SCBରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ, ପୋଲିସ ଏନକାଉଣ୍ଟରରେ ଆହତ ଦୁଇ ଲୁଟେରା ହେଲେ ସୋନୁ ଯାଦବ ଓ ମନୀଷ ଯାଦବ। ସମ୍ପୃକ୍ତ ୨ ଜଣଙ୍କୁ ଧରିବାକୁ ଦୀର୍ଘଦିନ ହେବ ଯୋଜନା କରୁଥିଲା ପୋଲିସ । ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ । ଦୁଇ ଲୁଟେରାଙ୍କୁ ପୋଲିସ କାବୁ କରିବାକୁ ଯାଉଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସର ପାଲଟା ଗୁଳିଚାଳନାରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ନିକଟରୁ ୨ଟି ମାଉଜର୍ ଓ କିଛି ଗୁଳି ଜବତ କରିଛି ପୋଲିସ । ଉଭୟ ଏକାଧିକ ଛିନତାଇ ମାମଲାରେ ସମ୍ପୃକ୍ତ ଥିଲେ ।
ଗତ ୨୦ତାରିଖ ଦିନ ରାଜଧାନୀରେ ୬ଟି ଚେନ୍ ଛିନତାଇ କରିଥିଲେ । ସେମାନଙ୍କୁ ଧରିବାକୁ ବିଭିନ୍ନ ଯୋଜନା କରିଥିଲା ପୋଲିସ। ଏନକାଉଣ୍ଟର ପରେ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
