ଜୟନାରାୟଣ ମିଶ୍ରଙ୍କ ଗିରଫ ଦାବି କଲା ପୋଲିସ ସଂଘ

0

ସମ୍ବଲପୁର: ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବଢ଼ିଲା ଅଡୁଆ I ସମ୍ବଲପୁର ଥାନା ଅଧିକାରୀଙ୍କୁ ଧମକାଇବା ମାମଲାରେ ଜୟନାରାୟଣ ଙ୍କ ଗିରଫ ଦାବି କରିଛି ପୋଲିସ ସଙ୍ଘର । କର୍ତ୍ତବ୍ୟରତ ଜଣେ ଅଧିକାରୀଙ୍କୁ ଶାସକ ଦଳର ବିଧାୟକ ଧମକାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ଜିଲ୍ଲା ପୋଲିସ କାର୍ଯ୍ୟକାରୀ ସମ୍ପାଦକ । ଅଳ୍ପ ସଂଖ୍ୟକ କର୍ମଚାରୀରେ ପୋଲିସ ବହୁତ କଷ୍ଟରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ କାମ କରୁଥିବା ବେଳେ ଜଣେ ବିଧାୟକଙ୍କ ଏପରି ଧମକ ଗ୍ରହଣୀୟ ନୁହେଁ। ଆମେ ଏହାର ତୀବ୍ର ନିନ୍ଦା କରୁଛୁ। ବିଧାୟକଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ। ଏପରି ହେଲେ ଜନସାଧାରଣଙ୍କ ମନରେ ଆଇନ ପ୍ରତି ଭୟ ରହିବ ନାହିଁ। ବିଧାୟକଙ୍କ ଧମକ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ଡିଜିପିଙ୍କ ନିକଟରେ ସଂଘ ପକ୍ଷରୁ ଦାବି ହୋଇଛି। ଡିଜିପି କି ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ରହିଛି। ଡିଜିପିଙ୍କ ପଦକ୍ଷେପ ଅନୁସାରେ ସଂଘ ପରବର୍ତ୍ତୀ ନିଷ୍ପତ୍ତି ନେବ। ଆମେ ଚାହୁଁଛୁ ଜୟ ନାରାୟଣଙ୍କ ଗିରଫଦାରୀ । କିଛି ନ ହେଲେ ସଙ୍ଘ ଆଗାମୀ ପଦକ୍ଷେପ ବିଷୟରେ ଚିନ୍ତା କରିବ।

ସେପଟେ ମନ୍ତ୍ରୀ ନ ହୋଇପାରିଥିବାରୁ ବିଚଳିତ ଅବସ୍ଥାରେ ଜୟ ନାରାୟଣ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସିଏ ଜଣେ ଭଲ ଲୋକ। ହେଲେ କଣ ହେବ ହିତାହିତ ଜ୍ଞାନ ରହୁନାହିଁ। ଆଇନ ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକି ତାଗିଦ କରିବା କଥା। ବିଧାୟକଙ୍କ ଏପରି ଆଚରଣ ଦେଖି ସାଧାରଣ ଲୋକେ ଆଇନକୁ ଡରିବେ ନାହିଁ। ଥାନା ପୋଡ଼ିଦେବା, ଥାନା ଅଧିକାରୀଙ୍କୁ ବାଡେଇବା, ବନ୍ଧୁକ କଥା କହି ଧମକାଇବା କେବେ ବି ଗ୍ରହଣୀୟ ନୁହେ ବୋଲି ସେ କହିଛନ୍ତି । ଏବିଷୟରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।

Leave A Reply

Your email address will not be published.