ଭୁବନେଶ୍ୱର: ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାନବାହାନରୁ ନିର୍ଗତ ଧୂଆଁ, ଶିଳ୍ପ ପ୍ରଦୂଷଣ, ନିର୍ମାଣାଧୀନ କୋଠାର ଧୂଳି ଓ କୃଷି ବର୍ଜ୍ୟବସ୍ତୁ ପୋଡିବା ଦ୍ୱାରା ସୃଷ୍ଟି ହେଉଥିବା ପାର୍ଟିକୁଲେଟ ମ୍ୟାଟର (ପିଏମ ୨.୫ ଓ ପିଏମ୧୦)ର କ୍ଷତିକାରକ ସ୍ତର ସଂସ୍ପର୍ଶରେ ଆସୁଛନ୍ତି । ୫୦୦ରୁ ଅଧିକ ପିଏମଆଇ ଥିବା ସହରଗୁଡିକରେ ନିଶ୍ୱାସ ନେବା ପ୍ରତିଦିନ ୨୫ରୁ ୩୦ଟି ସିଗାରେଟ ଟାଣିବା ସହିତ ସମାନ । ଏଭଳି କାରକଗୁଡିକ ଯୋଗୁଁ ଶ୍ୱାସକ୍ରିୟାଜନିତ ରୋଗଗୁଡିକ ଯଥେଷ୍ଟ ମାତ୍ରାରେ ବଢ଼ିଚାଲିଛି, ଯାହା ଆସ୍ଥମା ଓ ସିଓପିଡି ଭଳି ରୋଗ ସୃଷ୍ଟି କରୁଛି । ତେଣୁ ଶ୍ୱାସକ୍ରିୟା ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ପ୍ରଭାବୀ ଥେରାପି ସଲ୍ୟୁଶନକୁ ସମର୍ଥନ କରିବା ପାଇଁ ସିପ୍ଲା ଲିମିଟେଡର ରୋଗୀ ସମର୍ଥନ ଅଭିଯାନ ବ୍ରେଥଫ୍ରି, ଦେଶବ୍ୟାପୀ ଏହାର ପ୍ରଭାବଶାଳୀ ବ୍ରେଥଫ୍ରି ଯାତ୍ରା ବଜାୟ ରଖିଛି । ଏହି ଯାତ୍ରା ବ୍ୟାପକ ସଚେତନତା ଓ ପ୍ରତ୍ୟକ୍ଷ ରୋଗୀ ସହଯୋଗ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କର ଶ୍ୱାସକ୍ରିୟା ସ୍ୱାସ୍ଥ୍ୟକୁ ବୁଝିବାରେ ସାହାଯ୍ୟ କରୁଛି ।
ଏହି ବ୍ରେଥଫ୍ରି ଯାତ୍ରା ଆସ୍ଥମା ଓ ସିଓପିଡି (କ୍ରୋନିକ ଅବ୍ଷ୍ଟ୍ରକ୍ଟିଭ ପୁଲମୋନାରୀ ଡିଜିଜ) ଭଳି ଗମ୍ଭୀର ଶ୍ୱାସକ୍ରିୟାଜନିତ ରୋଗଗୁଡିକ ପାଇଁ ସ୍କ୍ରିନିଙ୍ଗ ଉପଲବ୍ଧତା ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ଦେଶର ୩୦୦ରୁ ଅଧିକ ସହରକୁ ଗସ୍ତ କରି ୬୬୦୦ରୁ ଅଧିକ ଶିବିର ପରିଚାଳନା କରିଛି ଓ ପ୍ରାୟ ୧୦ ଲକ୍ଷ ରୋଗୀଙ୍କୁ ସହାୟତା ପ୍ରଦାନ କରିଛି ।
ଶ୍ୱାସକ୍ରିୟା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ଭୁବନେଶ୍ୱରର ଫିଜିସିଆନ, ଡାଇବେଟୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ଡଃ ବି.କେ ମିଶ୍ର କହିଛନ୍ତି, “ଲୋକଙ୍କୁ ସଠିକ ସୂଚନା ପ୍ରଦାନ କରିବା ସହ ରୋଗୀ ଓ ଯତ୍ନକାରୀଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ସହ ବ୍ରେଥଫ୍ରି ଯାତ୍ରା ଶିକ୍ଷା, ଶୀଘ୍ର ନିଦାନ ଓ ରୋଗୀ ସହଯୋଗ ମାଧ୍ୟମରେ ଭାରତରେ ଶ୍ୱାସକ୍ରିୟାଜନିତ ରୋଗର ବୋଝକୁ ଦୂର କରୁଛି । ଆସ୍ଥମା ଓ ସିଓପିଡିର ପ୍ରଭାବୀ ପରିଚାଳନା ପାଇଁ ଶୀଘ୍ର ନିଦାନ ଓ ଡାକ୍ତରଙ୍କ ପରାମର୍ଶର ଚିକିତ୍ସାକୁ କଡାକଡି ଭାବେ ଅନୁପାଳନ କରିବାକୁ ପଡ଼େ । ତଥାପି ଇନହଲେଶନ ଥେରାପିକୁ ନେଇ ରହିଥିବା ଭୂଲ ଧାରଣା ଓ ଅପବାଦ ଏହି ସ୍ଥିତିକୁ ଅଧିକ ଖରାପ କରିଥାଏ । ତେଣୁ ଏକ ବହୁମୂଖୀ ଆଭିମୁଖ୍ୟର ଆବଶ୍ୟକତା ରହିଛି ଯାହା ରୋଗୀଙ୍କୁ ସହଯୋଗ କରିବା ପାଇଁ ସଚେତନତା ସହ ଉନ୍ନତ ସହାୟତା ପ୍ରଣାଳୀକୁ ଏକତ୍ରିତ କରୁଥିବ । ବ୍ରେଥଫ୍ରି ଯାତ୍ରା ଭଳି ଅଭିଯାନଗୁଡିକ ରୋଗୀଙ୍କୁ ପ୍ରତିବନ୍ଧକକୁ ଦୂର କରିବା, ନିଜର ଫୁସଫୁସ ଶ୍ୱାସର ତଦାରଖ କରିବା ଓ ନିଜ ଜୀବନର ମାନକୁ ବହୁମାତ୍ରାରେ ଉନ୍ନତ କରିବା ପାଇଁ ସଶକ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ ।”
ସିପ୍ଲାର ଏହି ବ୍ରେଥଫ୍ରି ଅଭିଯାନ ସ୍କ୍ରିନିଂ, କାଉନ୍ସଲିଂ ଓ ଚିକିତ୍ସା ଅନୁପାଳନ କ୍ଷେତ୍ରରେ ଆସ୍ଥମା ଓ ସିଓପିଡି ରୋଗୀଙ୍କ ପାଇଁ ବିସ୍ତୃତ ସହଯୋଗ ଉତ୍ସ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଅନ୍-ଗ୍ରାଉଣ୍ଡ ସ୍କ୍ରିନିଂ କ୍ୟାମ୍ପଠାରୁ ଆରମ୍ଭ କରି ବର୍ତମାନ ଏକ ଏଆଇ ସକ୍ଷମ ବ୍ରେଥଫ୍ରି ଡିଜିଟାଲ ଏଡୁକେଟର ପ୍ଲାଟଫର୍ମ ଓ ଡିଭାଇସ ଟ୍ରେନିଂ ‘ହାଇ-ଟୁ’ ଭିଡିଓ ପର୍ଯ୍ୟନ୍ତ, ବ୍ରେଥଫ୍ରି ଶ୍ୱାସକ୍ରିୟାଜନିତ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଏକ ୱାନ-ଷ୍ଟପ ସଲ୍ୟୁଶନରେ ପରିଣତ ହୋଇଛି । ବ୍ରେଥଫରି ଯାତ୍ରା ଏଭଳି ପ୍ରୟାଗୁଡିକର ଏକ ନିରନ୍ତରତା ଅଟେ ଯାହା ଦେଶବ୍ୟାପୀ ଲୋକମାନେ ଯେପରି ସବୁ ଋତୁରେ ମୁକ୍ତ ଭାବେ ନିଶ୍ୱାସ ନେବା ଲାଗି ଆବଶ୍ୟକୀୟ ସୂଚନା ଓ ସଂଶାଧନ ପାଇଁ ପହଂଚ ପାଇପାରିବେ ତାହା ନିଶ୍ଚିତ କରୁଛି । ବେରୋକ ଜିନ୍ଦେଗୀ ଓ ଟଫିଜ୍ ଭଳି ସଚେତନତା ଅଭିଯାନ ସହ ଜଡିତ ହୋଇ ଏହି ପ୍ରୟାସଗୁଡିକ ରୋଗୀଙ୍କ ପାଇଁ ସହାୟତାର ଏକ ମଜବୁତ ନେଟ୍ୱର୍କ ସ୍ଥାପନ କରିଛି ।