ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗଡେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ସାଉଥ୍ ସିନେମା ସହ ବଲିଉଡ୍ ଦର୍ଶକୀୟ ସ୍ୱୀକୃତି ଲାଭ କରିସାରିଛନ୍ତି । ବୋଲï ଏବଂ ବୁ୍ୟଟିଫୁଲ ପୂଜା ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ । ସେ ସର୍ବଦା ପ୍ରଶଂସକଙ୍କ ସହ ନିଜର ସୁନ୍ଦର ସୁନ୍ଦର ଫଟୋ ସେୟାର କରନ୍ତି ।
ବର୍ତ୍ତମାନ ପୂଜା ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ନିଜ ପରିବାର ସହ ଛୁଟି କଟାଇବା ପାଇଁ ମାଲଦ୍ୱୀପରେ ପହଞ୍ଚିଛନ୍ତି । ଏହା ସମ୍ପର୍କରେ ନିଜେ ପୂଜା ସୋସିଆଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ଏହାସହ ପୂଜା ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟ୍ରିପ୍ ତାଙ୍କ ପାଇଁ କେତେ ମହତ୍ତ୍ୱ ରଖୁଛି । ଅଭିନେତ୍ରୀ ପୂଜା ହେଗଡେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୟଟ୍ ନିକଟରେ ଠିଆ ହୋଇଥିବା ପରିବାରଙ୍କ ସହ ଫଟୋ ଅପଲୋଡ୍ କରିଛନ୍ତି । ଏହି ଫଟୋରେ ତାଙ୍କ ବାପାମାଆ ଏବଂ ଭାଇ ଋଷଭ ଥିବା ଦେଖିବାକୁ ମିଳିଛି ।
ଏହି ଫଟୋରେ ପୂଜା ନିଜ ପରିବାର ସହ ପୋଜ୍ କରି ବହୁତ ଖୁସି ଥିବା ନଜର ଆସିଛନ୍ତି । ଫଟୋରେ କ୍ୟାପସନ ଦେଇ ଲେଖିଛନ୍ତି ଯେ ଦୀର୍ଘ ୧୩ ବର୍ଷ ପରେ ସେ ତାଙ୍କ ପରିବାର ଲୋକଙ୍କ ସହ ଛୁଟିରେ ଆସିଛନ୍ତି । ଏଥିସହ ତାଙ୍କୁ ଡିଷ୍ଟର୍ବ ନକରିବା ପାଇଁ ଅନୁରୋଧ କରିଛନ୍ତି ।
ସେପଟେ ପୂଜା ହେଗଡେ ବର୍ଷସାରୀ ଭାରି ବ୍ୟସ୍ତ ରହିବେ, କାରଣ ତାଙ୍କ ହାତରେ ଏବେ ଢେରସାରା ପ୍ରୋଜେକଫ । ଖୁବଶୀଘ୍ର ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହ ରାଧେଶ୍ୟାମ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏଥିସହ ବଲିଉଡ୍ ସୁପରହିରୋ ସଲମାନ ଖାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲୀ ଏବଂ ରଣବୀର ସିଂହଙ୍କ ସହ ଫିଲ୍ମ ସର୍କସରେ ମଧ୍ୟ କାମ କରୁଛନ୍ତି ।
ସେହିପରି ସାଉଥ୍ ଫିଲ୍ମ ବିଷ୍ଟ୍ ଏବଂ ଆଚାୟ ମଧ୍ୟ ଏହି ବର୍ଷ ମୁକ୍ତିଲାଭ କରିବ ।
Comments are closed.