କାର୍ଡିନାଲ୍‌ ପାହ୍ୟାକୁ ଯିବେ ୨ ଭାରତୀୟ ପାଦ୍ରୀ

ଭଟିକାନ୍‌ ସିଟି: ଆଗାମୀ ଅଗଷ୍ଟ ମାସରେ ଭଟିକାନରେ ଏକ ଉତ୍ସବରେ ପୋପ୍‌ ଫ୍ରାନ୍ସିସଙ୍କଦ୍ୱାରା କାର୍ଡିନାଲ୍‌ ପାହ୍ୟାକୁ ଉନ୍ନୀତ ହେବାକୁ ଥିବା ୨୧ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ ପାଦ୍ରୀ ଥିବା କଥା ରବିବାର ଦିନ ଘୋଷଣା କରାଯାଇଛି । ୨ଜଣ ଭାରତୀୟ ହେଉଛନ୍ତି ଗୋଆ ଓ ଡାମାଓର ଆର୍କବିସପ୍‌ ଫିଲିପ୍‌ ନେରି ଆଣ୍ଟୋନିଓ ସେବାସ୍ତିଆଓ ଡି ରୋଜାରିଓ ଫେରାଓ ଏବଂ ହାଇଦ୍ରାବାଦର ଆର୍କବିସପ୍‌ ଆନ୍ଥୋନି ପୂଲା । ରେଜିନା କୋଲିଦ ଶେଷରେ ପୋପ୍‌ ଫ୍ରାନ୍ସିସ୍‌ କହିଥିଲେ, ନୂତନ କାର୍ଡିନାଲ୍‌ ସୃଷ୍ଟି କରିବା ନିମନ୍ତେ ଅଗଷ୍ଟ୨୭ ତାରିଖ ଦିନ ସେ କନ୍ସିଷ୍ଟୋରି ବୈଠକ ଆୟୋଜନ କରିବେ । ଏହାଛଡ଼ା, ଅଗଷ୍ଟ ୨୯ ଓ ୩୦ ତାରିଖ ଦିନ ସେ ନୂଆ ଆପୋଷ୍ଟୋଲିକ୍‌ କନ୍‌ଷଫିଚ୍ୟୁସନ୍‌ ପ୍ରେଡିକେଟ୍‌ ଇଭାଞ୍ଜେଲିୟମ୍‌ରେ ସାମିଲ୍‌ ହେବାକୁ ଥିବା ସମସ୍ତ କାର୍ଡିନାଲ୍‌ଙ୍କୁ ଭେଟିବେ ।

Comments are closed.