କୋରାପୁଟରେ ୧୨ ଘଣ୍ଟା ବିଦୁ୍ୟତ ବିଚ୍ଛିନ୍ନ, ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରଭାବିତ

କୋରାପୁଟ: ଅକ୍‌ଟୋର ୧୧: ବର୍ଷିକ ରକ୍ଷଣାବେକ୍ଷଣ ପାଇଁ ଗତକାଲି କୋରାପୁଟ ଜିଲ୍ଲାର ୫ ପ୍ରମୁଖ ସହରରେ ବିଦୁ୍ୟତ କାଟ୍‌ କରାଯାଇଛି । ସୁନାବେଡ଼ା ଫିଡରେ ରକ୍ଷଣାବେକ୍ଷଣ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ବିଦୁ୍ୟତ କାଟ ହୋଇଥିଲା । କୋରାପୁଟ, ଜୟପୁର, ସୁନାବେଡ଼ା, ଦାମନଯୋଡି ଓ ସେମିଳିଗୁଡ଼ାରେ ବିଦୁ୍ୟତ ନ ଥିଲା । ଫଳରେ ସାଧାରଣଲୋକ ଯେମିତିସେମିତି ଚଳିଯାଇଥିଲେ । ହେଲେ ଏଥିରେ ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ ପ୍ରଭାବିତ ହୋଇଥିଲା ।

କୋରାପୁଟ ବଡ଼ମଡିକାଲ, ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ, ସୁନାବେଡ଼ା, ସେମିଳିଗୁଡା ଓ ଦାମନଯୋଡ଼ିରେ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଥିଲା । ବହୁ ରୋଗୀ ଗରମ ଯୋଗୁଁ ଆଉଟୁପାଉଟୁ ହୋଇଥିଲେ । କିଏ ବିଞ୍ଚଣାରେ ବିଞ୍ଚି ହେଉଥିଲା ତ ଆଉ କିଏ ପବନ ପାଇବା ପାଇଁ ମେଡ଼ିକାଲ ବାହାରେ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । କୋରାପୁଟ ବଡମେଡିକାଲରେ ବିଦୁ୍ୟତ ନ ଥିବାରୁ ରକ୍ତ ଭଣ୍ଡାରରେ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଥିବା । ଅଧାରୁ ଅଧିକ ୱାର୍ଡରେ ଲୋକେ ଡହଳବିକଳ ହୋଇଥିଲେ । ରକ୍ତ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥିଲା । ସମାନ ଅବସ୍ଥା ମଧ୍ୟ ଜୟପୁର ଜିଲ୍ଲା ମେଡିକାଲରେ ଦେଖିବାକୁ ମିଳିଥିଲା । ଏନେଇ ବହୁବାର ବଡମେଡିକାଲ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବାରୁ ସମସ୍ୟା ବଢିଥିବା ଦେଖିବାକୁ ମିଳିଥିଲା ।

Comments are closed.