ସମ୍ବଲପୁର ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଆଜି ଶେଷ ଦିନ I ଆଜି ସମ୍ବଲପୁର ସନ୍ଥ କବି ଭୀମଭୋଇ ପୀଠରେ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି I ଭୁବନେଶ୍ୱରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ରେ ଯାଇ ୧୧ଟା ୪୫ ମିନିଟରେ ରେଢ଼ାଖୋଲ କଦଳୀଗଡ ହାଇସ୍କୁଲ ପଡ଼ିଆରେ ପହଞ୍ଚିବେ ରାଷ୍ଟ୍ରପତି I ଏହାପରେ ଦିନ ୧୨ଟା ୧୦ମିନିଟରେ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମସ୍ଥଳୀ ମଧୁପୁର ଯାଇ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଳ ଅର୍ପଣ କରିବେ । ଏହାପରେ ପୁଣି ୧୨ ଟା ୪୫ରେ କନ୍ଧରାରେ ଥିବା ଭୀମଭୋଇଙ୍କ ଦିବ୍ୟ ଜ୍ୟୋତି ଦର୍ଶନ ଓ ଜ୍ଞାନ ପ୍ରାପ୍ତି ପୀଠକୁ ଯିବେ ମହାମହିମ ।

ଏହାପରେ ପୁଣି ରେଢ଼ାଖୋଲରେ ଥିବା କୁକୁଡ଼ା ବାହାଲିରେ ଥିବା ଭୀମ ଭୋଇଙ୍କ ଆଶ୍ରମକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଧ୍ୱନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବେ । ଏହାପରେ ରେଢ଼ାଖୋଲ ମିନି ଷ୍ଟାଡିୟମରେ ମହିମା ଧର୍ମାବଲମ୍ବୀ ଲୋକଙ୍କ ସହ ଆଲଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ଅପରାହ୍ନ ୫ ତା ୧୫ ରେ ରାଷ୍ଟ୍ରପତିଙ୍କର ଝାରସୁଗୁଡା ବିମାନବନ୍ଦରରୁ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି I ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି I

ସୂଚନାନୁସାରେ,ଗତ ମାର୍ଚ୍ଚ ୨୮ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ୨୮ ତାରିଖରେ ମୟୁରଭଞ୍ଜ ,୨୯ ତାରିଖରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି I ସେହିପରି ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ । ପରେ ସେଠାରୁ ଭଞ୍ଜବିହାର ଯାଇ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନରେ ଯୋଗଦେଇ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିଥିଲେ।

Har Ghar Tiranga