ଭୁବନେଶ୍ୱର: ଫେବୃଆରୀ ୧୫: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭୋଟ ପ୍ରକ୍ରିୟା । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଦେଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ଜୋନ୍ ଓ ପଂଚାୟତଗୁଡ଼ିକରେ ମତଦାନ ହେବ । ସେଥିପାଇଁ ଗତକାଲି ୧୧ଟି ଜିଲ୍ଲାରେ ପୋଲିଂପାର୍ଟି ପହଞ୍ଚିଥିବାବେଳେ ଆଜି ଆଉ ୧୯ ଜିଲ୍ଲାକୁ ପହଞ୍ଚିବ ପୋଲିଂପାର୍ଟି। ତେବେ ମାଓ ପ୍ରଭାବିତ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କୌଣସି ସ୍ଥାନରେ ମାଓ ପୋଷ୍ଟର-ବ୍ୟାନର୍ ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଲୋକଙ୍କୁ କୁହାଯାଇଛି । ଫୋକସ୍ରେ ରହିଛି ସମସ୍ତ ସମ୍ବେଦନଶୀଳ ବୁଥ୍ । ପ୍ରଥମ ଦିନରେ ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି । ଆଜି ବାକି ୧୯ଟି ଜିଲ୍ଲାରେ ବୁଥରେ ପହ଼ଞ୍ଚିବେ ପ୍ରିଜାଇଡିଂ ଅଫିସର୍ ।
Comments are closed.