ଲାଗିପାରେ ଦେଶର ସମସ୍ତ ଘରୋଇ କ୍ରିପ୍‌ଟୋକରୋନ୍‌ସି ଉପରେ ପ୍ରତିବନ୍ଧକ

ଦିଲ୍ଲୀ: ନଭେମ୍ବର ୨୪: ବିଦେଶରେ କ୍ରିପ୍‌ଟୋକରୋନ୍‌ସିକୁ ନେଇ ବିଭିନ୍ନ ସମସ୍ୟାକୁ ଦେଖିବାକୁ ମିଳୁଛି । ବହୁ ବିଦେଶୀ ହ୍ୟାକର୍‌ ଏହି କରୋନ୍‌ସିକୁ ହ୍ୟାକ୍‌ କରୁଛନ୍ତି । ଫଳରେ ବହୁ ନିବେଶକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି । ଏହି ସମସ୍ୟାକୁ ଦେଖି ଭାରତର ସମସ୍ତ ଘରୋଇ କ୍ରିପ୍‌ଟୋକରୋନ୍‌ସି ଉପରେ ପ୍ରତିବନ୍ଧକ ଲାଗିପାରେ ବୋଲି ଖବର ମିଳିଛି । ଏହିପରି କି ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର କ୍ରିପ୍‌ଟୋକରୋନ୍‌ସି ଉପରେ ଏକ ସ୍ୱତନ୍ତ୍ର ବିଲ ଆଗତ କରିବାର ସୂଚନା ରହିଛି । ଏହି ବିଲର ନାମ ‘କ୍ରିପ୍‌ଟୋକରୋନ୍‌ସ ଆଣ୍ଡ୍‌ ଅଫିସିଆଲ ଡିଜିଟାଲ କରେନ୍‌ସି ବିଲ- ୨୦୨୧’ ରଖାଯାଇଛି । ଦେଶର ସମସ୍ତ ଘରୋଇ କ୍ରିପ୍‌ଟୋକରୋନ୍‌ସି ଉପରେ ପ୍ରତିବନ୍ଧକ ଲଗାଇବା ଏହି ବିଲର ଉଦ୍ଦେଶ୍ୟ । ଏଭଳି ସ୍ଥିତିରେ ଯଦି ସଂସଦରେ ଏହି ବିଲକୁ ମଞ୍ଜୁରି ମିଳେ ତେବେ ବିଟ୍‌ କଏନ ପରି କ୍ରିପ୍‌ଟୋକରୋନ୍‌ସିରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ସୃଷ୍ଟି ହୋଇପାରେ ବଡ ସମସ୍ୟା ।

ଅନ୍ୟପଟେ, କ୍ରିପ୍‌ଟୋକରୋନ୍‌ସି ଆଣ୍ଡ୍‌ ରେଗୁଲେସନ୍‌ ଅଫ୍‌ ଅଫିସିଆଲ ଡିଜିଟାଲ କରେନ୍‌ସି ବିଲ -୨୦୨୧’ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହେବାକୁ ଥିବା ସରକାରୀ ଡିଜିଟାଲ ମୁଦ୍ରା ସୃଷ୍ଟି ପାଇଁ ଏକ ନୂଆ ଢାଞ୍ଚା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।

ଏକ ରିପୋର୍ଟ ଅନୁସାରେ, ଭାରତର ପ୍ରାୟ ୮ ପ୍ରତିଶତ ଲୋକ ଏହି କ୍ରିପ୍‌ଟୋକରୋନ୍‌ସିରେ ଅର୍ଥ ନିବେଶ କରିଛନ୍ତି । ଏହି ପରିସ୍ଥତିରେ ଯଦି କ୍ରିପ୍‌ଟୋକରୋନ୍‌ସି ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ସୋମନେ ସମସ୍ତେ ବିପୁଳ କ୍ଷତି ସହିବେ ।

Comments are closed.