ହଲିଉଡ୍‌ରେ ପ୍ରିୟଙ୍କାଙ୍କ ଦେଶୀ ଅନ୍ଦାଜ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଏବେ ହଲିଉଡ୍‌ର ସୁପରଷ୍ଟାର ପାଲଟିଛନ୍ତି । ବଲିଉଡ୍‌ ପରି ହଲିଉଡ୍‌ରେ ମଧ୍ୟ ପ୍ରିୟଙ୍କାଙ୍କ ଜାଦୁ ଜାରି ରହିଛି । ଗ୍ଲୋବାଲ୍‌ ଆଇକନ ପ୍ରିୟଙ୍କା ଚୋପ୍ରା ଏପର୍ଯ୍ୟନ୍ତ ହଲିଉଡ୍‌ର ବଡ଼ ବଡ଼ ପ୍ରୋଜେକଫରେ କାମ କରିସାରିଛନ୍ତି । ଖୁବଶୀଘ୍ର ସେ ‘ଦ ମାଟ୍ରିକ୍ସ ରେସର୍‌ରେକ୍ସନ୍ସ’ରେ ମଧ୍ୟ ନଜର ଆସିବେ ।

 ହଲିଉଡ୍‌ରେ ପ୍ରିୟଙ୍କାଙ୍କ ଦେଶୀ ଅନ୍ଦାଜ

ପ୍ରିୟଙ୍କା କ୍ଲଟ୍‌ କ୍ଲାସିକ୍‌ ଦ ମ୍ୟାଟ୍ରିକ୍ସ ରେସର୍‌ରେକ୍ସନ୍ସ ଫିଲ୍ମ ସହ ଜଡ଼ିତ ହେବା ପରେ ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ସର୍ବଦା ବୈଶ୍ୱିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରି ଦେଶକୁ ଗୌରାବନ୍ୱିତ କରୁଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ବିଦେଶୀ ପରଦାରେ ନିଜର ଭାରତୀୟତାକୁ ଜୀବତି ରଖିଥିବା ନଜର ଆସିଛନ୍ତି ।
 ହଲିଉଡ୍‌ରେ ପ୍ରିୟଙ୍କାଙ୍କ ଦେଶୀ ଅନ୍ଦାଜ

‘ଦ ମାଟ୍ରିକ୍ସ ରେସର୍‌ରେକ୍ସନ୍ସ’ ଫିଲ୍ମର ପୋଷ୍ଟରରେ ଧୋତି ପିନ୍ଧିଥିବା ପ୍ରିୟଙ୍କା ଦେଶୀ ସଂସ୍କୃତିର ପରିଚୟ ଦେଇଛନ୍ତି । ନ୍‌ିକଟରେ ରିଲିଜ୍‌ ହୋଇଥିବା ପୋଷ୍ଟରରେ ସେ ନିଜର ପୋଷାକ ଏବଂ କେଶବିନ୍ୟାସକୁ ଏକ ଦେଶୀ ଷ୍ଟାଇଲ ଦେଇଛନ୍ତି । ସେ ଏହି ଆଉଟଫିଟରେ ଶାଢୀର ବର୍ଡର ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ଏହି ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଏହାସହ ଭାରତୀୟ ଦର୍ଶକମାନେ ପ୍ରିୟଙ୍କାଙ୍କୁ ପ୍ରଶଂସା କରିଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମର ଟ୍ରେଲରକୁ ମଧ୍ୟ ଭଲ ରେସପନ୍ସ ମିଳିଛି ।
 ହଲିଉଡ୍‌ରେ ପ୍ରିୟଙ୍କାଙ୍କ ଦେଶୀ ଅନ୍ଦାଜ

ଲାନା ୱାଚୋୱକ୍ସି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୨ ଡିସେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ । ଫିଲ୍ମର ଏହି ପାର୍ଟରେ ଅନେକ ଚରିତ୍ର ପୁରୁଣା ଥିବା ବେଳେ କିଛି ନୂଆ ଚରିତ୍ରଙ୍କର ଏଣ୍ଟ୍ରି ହୋଇଛି । ତେବେ ନୂଆ କରି ଦ ମାଟ୍ରିକ୍ସ ସିରିଜ୍‌ରେ ପ୍ରବେଶ କରିଥିବା ପ୍ରିୟଙ୍କା ଜୋରଦାର ପ୍ରମୋଶନ ଆରମ୍ଭ କରିଦେଇଛନ୍ତି ।

 ହଲିଉଡ୍‌ରେ ପ୍ରିୟଙ୍କାଙ୍କ ଦେଶୀ ଅନ୍ଦାଜ
ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ପ୍ରିୟଙ୍କା ସତୀ ଭୂମିକାରେ ନଜର ଆସିବେ ।

Har Ghar Tiranga