ନିକଟରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଜୟପୁରରେ ଦେଖିବାକୁ ମିଳିଥିଲା । ପିସି ଏଠାରେ ନିଜର ଏକ ସୁଟିଂ ପାଇଁ ହୱା ମହଲ ସାମ୍ନାରେ ପହଞ୍ଚିଥିଲେ। ତେବେ ଏଠାରେ ପିସିଙ୍କର ସୁଇଟ୍ନେସ ଦେଖିବାକୁ ମିଳିଥିଲା । ଫ୍ୟାନଙ୍କ ପ୍ରତି ତାଙ୍କର ବ୍ୟବହାର ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ଏଥିରେ ପିସି ଏକାକୀ ନୁହେଁ ବରଂ ନିଜର ବିଦେଶୀ ସାଙ୍ଗଙ୍କୁ ମଧ୍ୟ ସାମିଲ କରିଥିଲେ । ସୁଟିଂ ସରିବା ପରେ ଏହି ବିଦେଶୀ ସାଙ୍ଗଙ୍କ ସହିତ ପିସି ଆମ ଭାରତୀୟ ପରମ୍ପରାକୁ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା । ସେ ସେମାନଙ୍କୁ ରାଜସ୍ଥାନୀ ପରମ୍ପରା ଓ ଜୟପୁର ଇତିହାସ ବିଷୟରେ ସୂଚନା ଦେଇଥିଲେ । ଘଟଣାଟିକୁ ତିନି ଚାରିଦିନ ବିତିଯାଇଥିଲେ ବି ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ପ୍ରିୟଙ୍କା ଜୟପୁରରେ ତିନି ଦିନ ପାଇଁ ରହିବା ସହିତ ସୁଟିଂ କରିଥିଲେ । ଏହି ସମୟରେ ଅନେକ ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ପ୍ରିୟଙ୍କାଙ୍କ ସହିତ ଦେଖିବାକୁ ମିଳିଥିଲା । ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା ସହିତ ଜଣେଜଣେ ଫ୍ୟାନ ହିସାବରେ ପିସିଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ । ପିସି ମଧ୍ୟ ଖୁବ ବିନମ୍ରତାର ସହିତ ସେମାନଙ୍କ ସହିତ ମିଶୁଥିବାର ଦେଖିବାକୁ ମିଳିଥିଲା । ଖୁବଶୀଘ୍ର ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୋଲିଙ୍କ ଆଗାମୀ ପ୍ରୋଜେକଫରେ ଦେଖିବାକୁ ମିଳିବ । ଯାହାର ସୁଟିଂ ପାଇଁ ପ୍ରିୟଙ୍କା ନିକଟରେ ଓଡ଼ିଶା ମଧ୍ୟ ଆସିଥିଲେ । ସେତେବେଳେ ମଧ୍ୟ ପିସି ଓଡ଼ିଶାର ପ୍ରାକୃତିକ ପରିବେଶ ଓ ଲୋକଙ୍କର ଆତିଥ୍ୟକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା ।