ଶ୍ରୀମନ୍ଦିର ରୋଷଘର ଭଙ୍ଗା ଘଟଣା: ଧରାପଡିଲା ଅଭିଯୁକ୍ତ

ପୁରୀ: ଅପ୍ରେଲ୍‌ ୦୬: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା। ୩ ଦିନ ମଧ୍ୟରେ ଅପରାଧୀକୁ ଧରିଛି ପୋଲିସ୍‌ । ସିସିଟିଭିରୁ ପରିଚୟ ପାଇ ଜିଲ୍ଲା ବାହାରୁ ଧରାହେଲା ଦୁର୍ବୃତ୍ତ। ଅଭିଯୁକ୍ତଙ୍କୁ କାବୁ କରିବା ପରେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂ । ଅଭିଯୁକ୍ତକୁ ପୁରୀ ଟାଉନଥାନାକୁ ଅଣାଯାଇ ଜେରା କରାଯାଉଛି ।ତେବେ ରୋଷଘର ଚୁଲି ଭାଙ୍ଗିବାର ପ୍ରକୃତ ଉଦ୍ଦେଶ୍ୟକୁ ଖୋଜି ବାହାର କରିବା ପାଇଁ ଚେଷ୍ଟା ଚଲାଇଛି ପୋଲିସ୍‌ । ସାମ୍ବାଦିକ ସମ୍ମିଳନୀ କରି ଘଟଣାର ପର୍ଦ୍ଦାଫାସ କରିବେ ଏସପି । ତେବେ ଗତ ୨ ତାରିଖ ଦିନ ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ଦୁର୍ବୃତ୍ତ ଭାଙ୍ଗିଥିଲା ପ୍ରାୟ ୪୩ ଚୁଲି । ଘଟଣା ଜଣାପଡିବା ପରେ ଖୋଳତାଡ ହୋଇଥିଲା । ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିଲା ସନ୍ଦିଗ୍ଧର ଚେହେରା । ସିସିଟିଭିରୁ ତାକୁ ଧରିବାରେ ସଫଳ ହୋଇଛି ପୋଲିସ୍‌ ।

Comments are closed.