ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ରୋଷ କାର୍ଯ୍ୟରେ ଯୋଗ ଦେବେ ନାହିଁ ପୁଷ୍ପାଳକ ସେବକ

0

ପୁରୀ : ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ସଂପାଦକଙ୍କ ଦସ୍ତଖତରେ ନିର୍ଦ୍ଦେଶ ଜାରି ହୋଇଛି। ତେବେ ନିକଟରେ ସୁଆର ମହାସୁଆର ସେବକଙ୍କୁ ବି ବାସନ୍ଦ ଚେତାବନୀ ହୋଇଥିଲା। ଦୀଘା ମନ୍ଦିର ପ୍ରତିଷ୍ଠାରେ ରୋଷ କାର୍ଯ୍ୟରେ ଯୋଗଦେଲେ ବାସନ୍ଦ ଚେତାବନୀ ଦିଆଯାଇଥିଲା।

ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହି ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେବାକୁ ମନା କରାଯାଇଛି। ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ନିଯୋଗରୁ ବାସନ୍ଦ କରାଯିବ। ଅର୍ଥାତ ଶ୍ରୀମନ୍ଦିର ରୋଷ କାର୍ଯ୍ୟରୁ ତାଙ୍କୁ ସବୁଦିନ ପାଇଁ ବାରଣ କରାଯିବ। ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ଦସ୍ତଖତରେ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.