ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରେ କୋହିନୂର ମୁକୁଟର ଅଧିକାରିଣୀ ହେବେ କାମିଲା

ଦିଲ୍ଲୀ:ବ୍ରିଟେନ୍‌ର ଦୀର୍ଘତମ ଶାସକ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଗୁରୁବାର ବିଳମ୍ବିତ ରାତ୍ରିରେ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତୁ୍ୟରେ ବ୍ରିଟେନ୍‌ ସମତେ ସମଗ୍ର ରାଷ୍ଟ୍ରରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ସ୍କଟଲ୍ୟାଣ୍ଡର ବାଲ୍‌ମୋରାଲରେ ରାଣୀଙ୍କ ମୃତ ଶରୀର ରହିଛି । ଆଜି ସନ୍ଧ୍ୟା ସମୟରେ ରାଜକୀୟ ସମ୍ମାନରେ ତାଙ୍କ ପାର୍ଥିବ ଶରୀର ଲଣ୍ଡନ ସ୍ଥିତ ବକିଙ୍ଗହାମ୍‌ ପ୍ୟାଲେସ ଅଣାଯିବ ।

ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରେ କୋହିନୂର ମୁକୁଟର ଅଧିକାରିଣୀ ହେବେ କାମିଲା

ମହାରାଣୀ ଦ୍ୱିତୀୟଏଲିଜାବେଥଙ୍କ ୭୦ ବର୍ଷ ଶାସନ ଶେଷ ହେବା ପରେ, ପ୍ରିନ୍‌ସ ଚାର୍ଲସ୍‌ ସିଂହାସନ ଆରୋହଣ କରିବେ । ଏହାପରେ ବିଶ୍ୱ ପ୍ରସିଦ୍ଧ ଭାରତ କୋହିନୂର ହୀରା ପରିବେଷ୍ଟିତ ମୁକୁଟର ଅଧିକାରିଣୀ ହେବେ ପ୍ରିନ୍‌ସଙ୍କ ପତ୍ନୀ ତଥା ଡଚେସ୍‌ ଅଫ୍‌ କର୍ଣ୍ଣୱାଲ୍‌ କାମିଲା । ଏନେଇ ଚଳିତ ବର୍ଷ ପ୍ରାରମ୍ଭରେ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଘୋଷଣା କରିସାରିଛନ୍ତି ।

ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରେ କୋହିନୂର ମୁକୁଟର ଅଧିକାରିଣୀ ହେବେ କାମିଲା

କୋହିନୂର ୧୦୫.୬ କାରେଟ୍‌ ହୀରା ରହିଛି ଓ ଏହି ହୀରା ୧୪ଶ ଶତାବ୍ଦୀରେ ଭାରତରୁ ମିଳିଥିଲା । ୧୮୪୯ ମସିହାରେ ବ୍ରିଟିସ୍‌ ପଞ୍ଜାବ ବିଜୟ କରିବା ପରେ କୋହିନୂର ହୀରା ରାଣୀ ଭିକ୍‌ଟୋରିଆଙ୍କୁ ପ୍ରଦାନ କରାଯାଇଥିଲା । ସେବେଠାରୁ ତାହା ବିଟ୍ରିସ୍‌ ମୁକୁଟ-ରତ୍ନ ହୋଇ ରହିଆସିଛି ।

ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ପରେ କୋହିନୂର ମୁକୁଟର ଅଧିକାରିଣୀ ହେବେ କାମିଲା

୧୯୩୭ ମସିହାରେ ରାଜା ୬ଷ୍ଠ ଜର୍ଜଙ୍କ ଅଭିଷେକ ସମୟରେ ରାଣୀ ଏଲିଜାବେଥ୍‌ଙ୍କ ନିମନ୍ତେ ନିର୍ମିତ ପ୍ଲାଟିନମ୍‌ ମୁକୁଟରେ କୋହିନୂର ହୀରାକୁ ଖଞ୍ଜା ଯାଇଥିଲା । ଏହାକୁ ସର୍ବସାଧାଣଙ୍କ ଦର୍ଶନ ନିମନ୍ତେ ‘ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ରଖାଯାଇଛି ।

Comments are closed.