ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ
ପ୍ୟାରିସ : ବିଶ୍ୱର ଖ୍ୟାତନାମା ପୁରୁଷ ଟେନିସ୍ ଖେଳାଳି ରାଫେଲ ନାଡ଼ାଲ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୁଧବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲରେ ୧୩ଥର ଫ୍ରେଞ୍ଚ ଓପନ ବିଜେତା ନାଡ଼ାଲ ୪ ସେଟ୍ ବିଶିଷ୍ଟ ମ୍ୟାଚ୍ରେ ନୋଭାକ୍ ଜୋକୋଭିକ୍ଙ୍କୁ ଧରାଶାୟୀ କରିଥିଲେ । ଏହି ମ୍ୟାଚରେ ନାଡ଼ାଲ ୬-୨, ୪-୬, ୬-୨, ୭-୬ ସେଟ୍ରେ ବିଜୟୀ ହୋଇଛନ୍ତି । ମ୍ୟାଚ୍ ଜିତିବା ପାଇଁ ନାଡ଼ାଲଙ୍କୁ ୪ ଘଣ୍ଟା ୧୨ ମିନିଟ୍ର କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା । ସେମିଫାଇନାଲରେ ନାଡ଼ାଲ ଶୁକ୍ରବାର ତୃତୀୟ ସିଡେଡ ଆଲେକ୍ସଜାଣ୍ଡାର ଭିର୍ଭଙ୍କୁ ଭେଟିବେ ।
Comments are closed.