ଦ୍ୱିତୀୟ ଥର ଜେରା ପାଇଁ ସୋନିଆଙ୍କୁ ଡାକିଲା ଇଡି : ରାହୁଲଙ୍କୁ ଅଟକ କଲା ପୋଲିସ

ଦିଲ୍ଳୀ: ନ୍ୟାସନାଲ୍‌ ହେରାଲ୍‌ଡ ମାମଲାରେ ଆଜି ପୁଣି କଂଗ୍ରେସ ପାର୍ଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଡ଼କାଇଛି । ଇଡି ଦ୍ୱିତୀୟ ଥର ଜେରା ପାଇଁ ଡାକିଥିବାରୁ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି ଦେଶବ୍ୟାପି ଆନ୍ଦୋଳନ କରୁଛନ୍ତି । ତେବେ ଇଡି କାର୍ଯ୍ୟାଳୟକୁ ସୋନିଆଙ୍କ ସହ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ବି ଯାଇଥିବାର ଦେଖିବାକୁ ମିଳିଥିଲା ।

ଦ୍ୱିତୀୟ ଥର ଜେରା ପାଇଁ ସୋନିଆଙ୍କୁ ଡାକିଲା ଇଡି : ରାହୁଲଙ୍କୁ ଅଟକ କଲା ପୋଲିସ

ଅନ୍ୟପକ୍ଷରେ, ସୋନିଆଙ୍କ ଜେରାକୁ ବିରୋଧ କରି କଂଗ୍ରେସ ସାଂସଦଙ୍କ ପକ୍ଷରୁ ‘ସଂସଦ ଟୁ ସଡ଼କ’ ଶୀର୍ଷକ ଏକ ବିରୋଧ ପ୍ରଦର୍ଶନ କରାଯାଉଛି । ଯାହାର ନେତୃତ୍ୱ ରାହୁଲ ନେଇଛନ୍ତି । କୌଣସି ଅଘଟଣକୁ ଆଶଙ୍କା କରି ବିରୋଧ ପ୍ରଦର୍ଶନ ସମୟରେ ରାହୁଲଙ୍କୁ ପୋଲିସ ବିଜୟ ଛକ ନିକଟରେ ଘେରାଉ କରି ଅଟକ ରଖିଛି ।

ଦ୍ୱିତୀୟ ଥର ଜେରା ପାଇଁ ସୋନିଆଙ୍କୁ ଡାକିଲା ଇଡି : ରାହୁଲଙ୍କୁ ଅଟକ କଲା ପୋଲିସ

ସୂଚନା ଥାଉଯେ, ୨୧ ତାରିଖରେ ଇଡି ପ୍ରଥମ ଥର ଜୋରା ପାଇଁ ପୂର୍ବାହ୍ନ ୧୧ଟାରେ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସୋନିଆକୁ ଡକାଇ ଥିଲା । ସୋନିଆ ,ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧୀଙ୍କୁ ସାଥିରେ ନେଇ କାର୍ଯ୍ୟାଳୟକୁ ଯାଇଥିଲେ । ଯାହାକୁ ବିରୋଧ କରି କଂଗ୍ରେସ କର୍ମାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ।

Comments are closed.