ନୂଆଦିଲ୍ଲୀ: ଜୁନ ୧୩: ନ୍ୟାସନାଲ ହେରାଲï ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ନିଜର ଯୋଜନା କରିଛି । ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବେ । ନ୍ୟାସନାଲ ହେରାଲï ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆସନ୍ତା ୨୩ ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ହେଲେ ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଇଡିରେ ହାଜର ପୂର୍ବରୁ ସବୁ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ଡକାଇ କାହିଁକି କଂଗ୍ରେସ ଏହାର ରାଜନୀତି କରୁଛି ବୋଲି ଗତକାଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହାସହ ସେ କହିଛନ୍ତି ଯେ, ରାହୁଲ ନାଟକବାଜୀ ନ କରି ଇଡି ଆଗରେ ହାଜର ହୁଅ;ୁ ଏବଂ ରାଜନୀତି କରି ଆଇନରୁ ଖସିବାକୁ ଚେଷ୍ଟା କର;ୁ ନାହିଁ ।
Comments are closed.