ବଦଳିଲା ପାଗ, କଳାହାଣ୍ଡିଆ ମେଘ ସହ ରାଜଧାନୀରେ ଝିପିଝିପି ବର୍ଷା

0

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଗ, ତାତିରୁ ଆଶ୍ବସ୍ତି ଆଣିଲା ବର୍ଷା। ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ । କଳାହାଣ୍ଡିଆ ମେଘ ସହ ରାଜଧାନୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ରାଜଧାନୀର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ଆରମ୍ଭ ହୋଇଛି। କଟକ ଓ ଭୁବନେଶ୍ବରକୁ ବର୍ଷା ଆଲର୍ଟ । ବିଜୁଳି ଘଡ଼ଘଡ଼ି ସହ ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ । ୪୦ରୁ ୫୦ କିମି ଯାଏଁ ପବନ ବହିବା ସମ୍ଭାବନା ରହିଛି।

ଦିନକ ତଳେ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ କିଛି ଜିଲ୍ଲାରେ ତୁହାକୁ ତୁହା ବର୍ଷା ହୋଇଥିଲା । ୩୦ରୁ ୪୦ କିମି ବେଗରେ ବହିଥିଲା ପବନ । ଏଥି ଯୋଗୁଁ ସହରରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରାଯାଉଛି ।

ଏପ୍ରିଲରୁ ଜୁନ୍ ମଧ୍ୟରେ ସାଧାରଣତଃ ୪ରୁ ୭ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଏଥର କିନ୍ତୁ ତାଠୁ ଅଧିକ ୨ କିମ୍ବା ୪ ଦିନ ରହିବ ଗ୍ରୀଷ୍ମ ପ୍ରବାହ । ବିଶେଷକରି ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବ।
Leave A Reply

Your email address will not be published.