ରାଜଧାନୀରେ ତାଣ୍ଡବ ରଚିଲା କାଳ ବୈଶାଖୀ

ସମୟ ଲାଇଭ,18/4: ରାଜଧାନୀ ଭୁବନେଶ୍ୱରରେ ତାଣ୍ଡବ ରଚିଛି କାଳ ବୈଶାଖୀ | ପ୍ରାୟ ଏକ ଘଣ୍ଟା ଧରି ତୀବ୍ର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ବରଷିଛି | ଏପରିକି କେତକ ସ୍ଥାନରେ କୁଆ ପଥର ମଧ୍ୟ ବର୍ଷି ଥିବା ଦେଖିବାକୁ ମିଳିଛି | ପବନର ବେଗ ଏତେ ଜୋର ଥିଲା ଯେ ରାସ୍ତାରେ ଅନେକ ଗଛ ଉପୁଡି ପଡିବ ସହ ବଡ ବଡ଼ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିରହିଛି | ତେବେ ଲୋକ ବାତ୍ୟା ର ଆଶଙ୍କା କରି ଭୟବିତ୍ତ ହୋଇପଡିଛନ୍ତି | ବସ୍ତି ଅଞ୍ଚଳର ଅନେକ ଲୋକଙ୍କର ଘର ଚାଳ ଓ ଟିଣ ଉଡି ଯାଇଥିବାରୁ ଲୋକଙ୍କର ସମସ୍ୟା ବଢିଯାଇଛି |

Comments are closed.