ଖୁବ ବରଷିବ ! ଓଡ଼ିଶା By Samaya Live On Mar 12, 2020 Share ସମୟ ଲାଇଭ,୧୨/୩: ରାଜ୍ୟରେ ଆଜିଠାରୁ ମାର୍ଚ୍ଚ ୧୫ ଯାଏଁ ୪ ଦିନ ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି | ମାର୍ଚ୍ଚ ୧୨ ଓ ୧୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, କଟକ, ନୟାଗଡ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ୪୫ରୁ ୫୫ ଘଣ୍ଟା ପ୍ରତି ବେଗରେ ପବନ ବହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେ଼ଙ୍କାନାଳ, କଟକ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ବଲାଙ୍ଗୀର, ସୋନପୁର, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଆଶଙ୍କା କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝଡ ତୋଫାନ ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ସୁନ୍ଦରଗଡ, ଦେବଗଡ, ଝାରସୁଗୁଡ, ଅନୁଗୁଳ, କେନ୍ଦୁଝର, କଟକ ଓ ନୟାଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାର୍ଚ୍ଚ ୧୪ ତାରିଖରେ କେତେକ ସ୍ଥାନରେ ଝଡ ତୋଫାନ ସହ ୩୦ରୁ ୪୦ କିମି ଘଣ୍ଟା ପ୍ରତି ବେଗରେ ପବନ ବହିବାର ସମ୍ଭାବନା ରହିଛି | ସେହିଭଳି ମାର୍ଚ୍ଚ ୧୫ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ସୋନପୁର, ବଲାଙ୍ଗୀର, ନୂଆପଡା, କନ୍ଧମାଳ, ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ | ଏହି ସମୟରେ ଏହି ଜିଲ୍ଲା ଗୁଡିକର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । Share
Comments are closed.