ଭୁବନେଶ୍ବର: କାଳବୈଶାଖୀ ବର୍ଷା ଯୋଗୁଁ ମାର୍ଚ୍ଚ ମାସରେ ଏଯାଏଁ ତାପମାତ୍ରା ଏକପ୍ରକାର ସାଧାରଣ ଥିବା ବେଳେ ରାଜ୍ୟରେ ପୁଣି ଥରେ ଗରମ ବଢ଼ିଛି। ଆଗାମୀ ୩ ଦିନରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ। ଏନେଇ ସତର୍କ ସୂଚନା ଜାରି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି ହୋଇଥିବା ସତର୍କବାଣୀ ଅନୁଯାୟୀ ମାର୍ଚ୍ଚ ୨୮ରୁ ପୁଣି ତାତି ବଢ଼ିବ। କିନ୍ତୁ ଅପ୍ରେଲ ୨ ତାରିଖ ବେଳକୁ ବର୍ଷା ହୋଇପାରେ।
ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ବଢ଼ିବ। ଆଗାମୀ ୩ ଦିନରେ ଦିନ ସମେତ ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ। ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ। କେତେକ ସ୍ଥାନରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରହିପାରେ। କାଲି ପାଇଁ ଗୋଟେ କିମ୍ବା ଦୁଇଟି ଜିଲ୍ଲାରେ ହିଟ୍ ୱେଭ୍ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି।