ଭଦ୍ରକ: ଧାମନଗର ଉପନିର୍ବାଚନ ମଇଦାନରେ ଏଥର ତିନି ପ୍ରମୁଖ ଦଳଙ୍କୁ ଟକର ଦେବାକୁ ଆସୁଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ସେ ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଶୋଭାଯାତ୍ରା କରି ଭଦ୍ରକ ବ୍ଲକ ପରିସରରେ ପହଞ୍ଚଥିଲେ ଓ ତାଙ୍କର ପାର୍ଥୀପତ୍ର ଦାଖଲ କରିଛନ୍ତି ।
ଅନ୍ୟପକ୍ଷରେ, ସୋସିଆଲ୍ ମିଡିଆରେ ରାଜେନ୍ଦ୍ର ଦାସ ଓରଫ୍ ରାଜୁଙ୍କୁ ନେଇ ଜୋର୍ଦାର ଚର୍ଚ୍ଚା ହେଉଛି । ରାଜୁଙ୍କ ସମର୍ଥନମାନେ ‘ରାଜୁ ନାହିଁ, ତ ଭୋଟ ନାହିଁ’, ‘ରାଜୁ ଭାଇ ଜିନ୍ଦ୍ରାବଦ୍’ ଏବଂ ‘ରାଜୁ ଭାଇ ଯୁଆଡ଼େ ଆମେ ସିଆଡ଼େ’ ଆଦି ସ୍ଲୋଗାନ୍ ଦେଉଛନ୍ତି ।
ଏନେଇ ରାଜେନ୍ଦ୍ର ଦାସ କହିଛନ୍ତି, ରାଜୁ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ନାହିଁ । ବିଜେଡି ଦଳ ତାଙ୍କ ପ୍ରତି ଅବିଚାର କରିଛି । ତାର ଜବାବ ଧାମନଗରବାସୀ ଦେବେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ , ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି । କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲି । ଏଥର ନିଶ୍ଚୟ ବିଜୟୀ ହେବି ।
ସୂଚନା ଥାଉଯେ, ଧାମନଗର ନିର୍ବାଚନ ପାଇଁ ବିଜେଡି ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଚୟନ କରିଥିଲା । ଦଳର ଏହି ନିଷ୍ପତ୍ତିକୁ ରାଜେନ୍ଦ୍ରଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରି ନ ଥିଲେ । ଏନେଇ ଦଳରେ ଅସନ୍ତୋଷ ଦେଖାଯାଇଥିଲା । ଏହିପରି କି ରାଜେନ୍ଦ୍ରଙ୍କ ଭଦ୍ରକସ୍ଥିତ ବାସଭବନରେ ସମର୍ଥକମାନଙ୍କର ଭିଡ଼ ଜମିଥିଲା ।
Comments are closed.