ସମୟ ଲାଇଭ,୧୨/୨ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପଦନୀପାଳ ପଂଚାୟତରେ ପ୍ରକଳ୍ପ ନିର୍ମାଣ ନ କରି ଟଙ୍କା ହଡପ କରିବା ଘଟଣା ମହାଙ୍ଗା ପଡିଛି | ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନାଁରେ ୧୬ ଲକ୍ଷ ଟଙ୍କା ହଡପ କରିବା ଘଟଣାରେ କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି | ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡା କନିଷ୍ଠ ଯନ୍ତ୍ରୀ ମନୋଜ ବେହୁରା ଓ ସରପଞ୍ଚ ରାକେଶ ରଞ୍ଜନ ରାଉତଙ୍କ ବିରୋଧରେ ସରକାରୀ ଅର୍ଥ ହଡପ କରିଥିବା ନେଇ ଆଳି ଥାନାରେ ଏତଲା ଦିଆଯାଇଛି | ପୋଲିସ ଏତଲା ଭିତ୍ତି କରି ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା ୪୧୭ , ୪୦୬ , ୪୦୯ , ୪୬୫ , ୪୭୧ ଏବଂ ୩୪ ଆଇପିସିରେ ମାମଲା (ନମ୍ବର -୩୫/୨0)ରୁଜୁ କରିଛି | ଅଭିଯୁକ୍ତମାନେ ମିଳିମିଶି ଟଙ୍କା ବାଣ୍ଟି ନେଇଥିବା କୁହାଯାଉଥିବା ବେଳେ ସରକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ କୋଣସି କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ତେବେ କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏ କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି |
ତେବେ ଏ ସଂଗୀନ ଘଟଣାକୁ ଗ୍ରାମବାସୀ ଓ ବୁଦ୍ଧିଜିବୀ ତୀବ୍ର ନିନ୍ଦା କରିଛନ୍ତି | ଜିଲ୍ଲାପାଳ ଏ ସମ୍ପର୍କରେ କି ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି |
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)