ଘରେ ସୁଗନ୍ଧ ଯୁକ୍ତ ଫୁଲ ଗଛ ରହିଲେ, ପରିବେଶ ମହକିବା ସହିତ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ । ବାସ୍ତୁ ଅନୁସାରେ, ସୁଗନ୍ଧଯୁକ୍ତ ଫୁଲ ଗଛ କେବଳ ସୁଗନ୍ଧ ଦିଏ ନାହିଁ ବରଂ ଘରେ ଥିବା ବାସ୍ତୁ ଦୋଷକୁ ଦୂର କରେ । ତେବେ ବାସ୍ତୁ ଦୋଷକୁ ଦୂର କରୁଥିବା ସୁଗନ୍ଧିତ ଫୁଲଗଛମାନଙ୍କ ମଧ୍ୟରୁ ରଜନୀଗନ୍ଧାକୁ ବାସ୍ତୁଶାସ୍ତ୍ରରେ ପ୍ରାଥମିକତା ଦିଆଯାଇଛି । ରଜନୀଗନ୍ଧା ଫୁଲଗଛ ଘରେ ରହିଲେ ସମୃଦ୍ଧି ବୃଦ୍ଧି ପାଇବା ସହିତ ପ୍ରେମ ସମ୍ପର୍କ ଅତୁଟ ରୁହେ ବୋଲି ବାସ୍ତୁରେ ଦର୍ଶାଯାଇଛି ।
* ବାସ୍ତୁ ଅନୁସାରେ, ଦମ୍ପତ୍ତି କିମ୍ବା ପରିବାର ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ମନମାଳିନ୍ୟ ହୋଇଥିଲେ, ତାହାକୁ ରଜନୀଗନ୍ଧା ଫୁଲଗଛ ଦୂର କରିବାରେ ସାହାଯ୍ୟ କରେ ।
* ରଜନୀଗନ୍ଧା ଫୁଲକୁ ପୂଜାରେ ଲଗାଇଲେ, ଘରେ ଧନ ଓ ସୁଖ ସମୃଦ୍ଧି ବଢ଼େ । ଏହାଛଡ଼ା ଏହି ଫୁଲର ବାସ୍ନା ସକାଳୁ ସକାଳୁ ଶୁଘିଂଲେ, ଦିନ ଶୁଭମୟ ହୁଏ ।
* ପୂର୍ବ କିମ୍ବା ଉତ୍ତର ଦିଗରେ ରଜନୀଗନ୍ଧା ଫୁଲଗଛ ଲଗାବା ଉଚିତ୍ ବୋଲି ବାସ୍ତୁରେ ଦର୍ଶାଯାଇଛି । ଏହିପରି କଲେ ଘରେ ସକରାତ୍ମକ ଶକ୍ତିର ସଞ୍ଚାର ହେବା ସହିତ ଘରେ ଥିବା ବାସ୍ତୁ ଦୋଷ ଦୂର ହୁଏ ।
* ଧନ ସମ୍ବନ୍ଧିତ ସମସ୍ୟା ଦୂର କରିବାରେ ମଧ୍ୟ ରଜନୀଗନ୍ଧା ଗଛ ଲାଭକାରୀ । ଏହାଛଡ଼ା ଘରେ ରଜନୀଗନ୍ଧା ଫୁଲ ରହିଲେ, ଧନର ଅଯଥା ଖର୍ଚ୍ଚ କମିଥାଏ ଓ ସମ୍ପତ୍ତି ସଞ୍ଚୟ ହୋଇରହିଥାଏ ।
* ରଜନୀଗନ୍ଧା ଫୁଲଗଛ ପ୍ରଭାବରେ ଯୁବବର୍ଗଙ୍କ ମନରେ ପ୍ରେମର ଭାବ ଜାଗ୍ରତ ହୁଏ ଓ ମନ ସର୍ବଦା ପ୍ରଫୁଲ୍ଲ ରୁହେ ।
* ସେହିପରି ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରୁହେ । ମନରେ ଥିବା ଦୁଶ୍ଚିନ୍ତା ଦୂର ହୂଏ ।
Comments are closed.