ରାମ ରୋଚକ ତରକାରୀ

ଆମ ଓଡ଼ିଆ ସଂସ୍କୃତିରେ ଏହି ବ୍ୟଞ୍ଜନର ବିଶେଷ ମହତ୍ୱ ରହିଛି । ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ଲକ୍ଷ ଲକ୍ଷ ବ୍ୟଞ୍ଜନ ପରଷା ଯାଏ । ଏହି ବ୍ୟଞ୍ଜନ ମଧ୍ୟ ରାମ ରୋଚକ ତରକାରୀ ଅନ୍ୟତମ । ଏଥିରେ ପିଆଜ ଓ ରସୁଣ ବ୍ୟବହାର କରାଯାଇନଥାଏ । ତେବେ ଆସନ୍ତୁ ଜାଣିବା ଏହି ବ୍ୟଞ୍ଜନର ପ୍ରସ୍ତୁତି ବିଷୟରେ-

ଆବଶ୍ୟକୀୟ ସାମଗ୍ରୀ
ଦୁଇ ଘଣ୍ଟା ବତୁରା ଯାଇଥିବା ମୁଗ, ନାଲି ଲଙ୍କା, ଭୃସଙ୍ଗ ପତ୍ର, ଅଦା , ହଳଦୀ ଗୁଣ୍ଡ, ଜୀରା, ମ୍ୟାଙ୍ଗେ ପାଉଡର୍‌ ବା ଆମ୍‌ଚୁର, ବାଇଗଣ , ଆଳୁ, ଗରମ ମସଲା, ଘିଅ, ବେକିଂ ପାଉଡର୍‌, ଗୁଜୁରାତି, ଲବଙ୍ଗ, ଧନିଆ ପତ୍ର , ଛାଣିବା ପାଇଁ ରିଫାଇନ୍‌ ତେଲ

ପ୍ରସ୍ତୁତି
ବତୁରା ମୁଗରେ ଜୀରା, ଅଦା ଓ ଶୁଖିଲା ଲଙ୍କା ପକାଇ ବହଳିଆ ବା ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ କଢ଼େଇରେ ରିଫାଇନ୍‌ ତେଲକୁ ଗରମ କ ରନ୍ତୁ । ଏବେ ମୁଗ ପେଷ୍ଟରେ ସ୍ୱାଦ ଅନୁସାରେ ଲୁଣ ଓ ଅଳ୍ପ ବେକିଂ ପାଉଡର୍‌ ପକାଇ ଭଲ ଭାବରେ ଫେଣ୍ଟନ୍ତୁ । ଫେଣ୍ଟି ସାରିଲା ପରେ ତାହାକୁ ଛୋଟ ଛୋଟ ଗୋଲ ବଲ୍‌ ଭଳି ଆକାର ଦେଇ ଗରମ ତେଲରେ ଛାଣନ୍ତୁ । ସମସ୍ତ ମୁଗ ବଟାକୁ ବଲ୍‌ ଆକାରରେ ଛାଣିସାରିଲା ପରେ ବାଇଗଣ ଓ ଆଳୁକୁ ଚାରିକୋଣିଆ ବା କୁ୍ୟବ୍‌ ଆକାରରେ କାଟି ସେହି ତେଲରେ ଛାଣନ୍ତୁ । ଏହାପରେ ଅନ୍ୟ ଏକ କଢ଼େଇରେ ଘିଅ ଦେଇ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ ସେଥିରେ ଭୃସଙ୍ଗ ପତ୍ର, ଗୁଜରାତି ଓ ଲବଙ୍ଗ ଦେଇ ଦୁଇ ବା ତିନି ସେକଣ୍ଡେ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପ ମ୍ୟାଙ୍ଗେ ପାଉଡର୍‌, ହଳଦୀ , ଗରମ ମସଲା, ଆବଶ୍ୟକୀୟ ଅନୁସାରେ ପାଣି ଓ ଲୁଣ ଦେଇ ଏହାକୁ ଘୋଡ଼ାଇ, ପାଣିକୁ ଫୁଟିବାକୁ ଛାଡ଼ନ୍ତୁ । ପାଣି ଫୁଟିଗଲେ ସେଥିରେ ଛଣା ବାଇଗଣ ଓ ଆଳୁ ପକାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ଦିଅନ୍ତୁ । ଏହାପରେ ସେଥିରେ ଧନିଆ ପତ୍ର ଓ ମୁଗ ଛଣାକୁ ଦେଇ ପୁଣି ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଗ୍ୟାସ୍‌ ବନ୍ଦ କରି ଗରମ ଗରମ ରାମ ରୋଚକ ତରକାରୀ ପରିବାର ଲୋକଙ୍କ ଆଗରେ ପରଷନ୍ତୁ ।

Comments are closed.