ଭଦ୍ରକ ଜିଲ୍ଲାରେ କେନ୍ଦ୍ରର ୩ ଜଣିଆ ରା଼ପିଡ଼ ରେସପନ୍ସ ଟିମ

ସମୟ ଲାଇଭ, ୧/୫( ଉମ କଲ୍ୟାଣ ମହାପାତ୍ର): ଭଦ୍ରକ ଜିଲ୍ଲାରେ କେନ୍ଦ୍ରର ୩ ଜଣିଆ ରା଼ପିଡ଼ ରେସପନ୍ସ ଟିମ ଟିମ ପହଂଚି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଆଲୋଚନା କରିଥିଲେ | ଏହି ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ |

ଜିଲ୍ଲାରେ ମହାମାରୀ କରୋନାର ବ୍ୟାପକତାକୁ କିପରି ରୋକା ଯାଇ ପାରିବ ଓ ଜିଲ୍ଲାରେ ୨୧ ଟି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ କିପରି ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ତାହା ଉପରେ ନଜର ରଖାଯାଇପାରିବ ସେନେଇ ଆଲୋଚନା ହୋଇଥିଲା | ତେବେ ଜିଲ୍ଲାରେ ଯେପରି ପଶ୍ଚିମବଙ୍ଗ ଲିଙ୍କ ରହୁଛି ତାକୁ ନେଇ ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି |

ତେବେ ଜିଲ୍ଲାରେ ମୋଟ ୧୯ ଟି କରୋନା ପଜିଟିଭ ରୋଗୀ ଚି଼ହ୍ନଟ ହୋଇଛନ୍ତି. ସେହିପରି ୩୨ ଟି ପଞ୍ଚାୟତକୁ ସର୍ଭିଲାନ୍ସ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ | ସେହିପରି ଏହି କେନ୍ଦ୍ରୀୟ ଟିମ ଆଜି ଓ ଆସନ୍ତାକାଲି ଜିଲ୍ଲାରେ ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ବୁଲିବା ସହ ସର୍ଭିଲାନ୍ସ ଜୋନରେ କିପରି ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ସେନେଇ ସ୍ଥିତି ପରଖିବେ |

ଆଗାମୀ ଦିନରେ ଯେପରି ଜିଲ୍ଲାରେ ପ୍ରବାସୀ ଓଡ଼ିଆ ମାନେ ଆସିବେ ତାଙ୍କର କିପରି ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ କିପରି କ୍ୱାରେଣ୍ଟାଇନରେ ରଖାଯିବ ସେ ନେଇ ଆଲୋଚନା କରିଥିଲେ |

Comments are closed.