ଟେଲିଭିଜନର ବଡ ଷ୍ଟାର ରଶ୍ମି କିଛି ଦିନ ଧରି ମଝିରେ ଇଣ୍ଡଷ୍ଟ୍ରୀରୁ ଗାୟବ ଥିଲେ । ତେବେ ଏହି କିଛି ବର୍ଷ ତାଙ୍କ ପାଇଁ ଭଲ ନଥିଲା । ସେହି ସମୟରେ ତାଙ୍କୁ ଆର୍ଥିକ ସହିତ ଅନେକ ଶାରିରୀକ ସମସ୍ୟାର ମଧ୍ୟ ସାମନା କରିବାକୁ ପଡିଥିଲା । ନିକଟରେ ଏକ ସାକ୍ଷାତକାରରେ ଏନେଇ ମନଖୋଲି କଥା ହୋଇଛନ୍ତି ରଶ୍ମି ଦେଶାଇ । ତାଙ୍କର ଏଭଳି ପରିସ୍ଥିତି ପଡିଥିଲା କି ତାଙ୍କ ପାଖେ ରହିବା ପାଇଁ ଘର ମଧ୍ୟ ନଥିଲା ଯେଉଁଥିପାଇଁ ସେ କାରରେ ରହିବାକୁ ବାଧ୍ୟ ହୋଇଥିଲେ । କେବଳ ପଇସା ପାଇଁ ହିଁ ସେ ବିଗ୍ବସ୍ ଶୋ’ କରିଥିବା ରଶ୍ମି ଏହି ସାକ୍ଷାତରେ ପ୍ରକାଶ କରିଛନ୍ତି । ସେ ଏହି ଦିନ ଗୁଡିକରେ ଏଭଳି ଚିନ୍ତାରେ ରହୁଥିଲେ କି ତାଙ୍କୁ ଆତ୍ମହତ୍ୟାର ଭାବନା ମଧ୍ୟ ଆସୁଥିଲା । ଏହି ପରିସ୍ଥିତିରେ ସଲମାନ ଖାନ ତାଙ୍କୁ ବୁଝାଇଥିଲେ ଯାହା ତାଙ୍କୁ ଜୀବନ ବଞ୍ଚିବାର ଏକ ନୂଆ ଦିଗ ଦେଇଥିଲା । ଏତେ ଖରାପ ସମୟର ସାମନା କରି ମଧ୍ୟ ପୁଣିଥରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସଫଳତା ମଧ୍ୟ ପାଇଥିଲେ । ମାତ୍ର ୧୭ ବର୍ଷରେ ଆସାମୀ ଫିଲ୍ମ ଜରିଆରେ ରଶ୍ମି ଅଭିନୟ ଦୁନିଆରେ ପାଦ ରଖିଥିଲେ । ୨୦୦୬ ମସିହାରେ ତାଙ୍କୁ ବିଭିନ୍ନ ଟିଭି ଧାରାବାହିକରେ ଦେଖିବାକୁ ମିଳିଥିଲା । ଏହାପରେ ସେ ନିଜର ବିଭିନ୍ନ ଚରିତ୍ର ଜରିଆରେ ସମସ୍ତଙ୍କ ଘରେ ଘରେ ପହଞ୍ଚି ପାରିଥିଲେ, ଏବଂ ଦର୍ଶକ ତାଙ୍କୁ ଖୁବ ଭଲପାଇବା ମଧ୍ୟ ଦେଇଥିଲେ ।
Comments are closed.