ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ବିଦୁ୍ୟତ ଲତା ପଣ୍ଡା, କପ୍ତିପଦା,ମୟୂରଭଞ୍ଜ

ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରାର ବିବରଣୀ ସ୍କନ୍ଦପୁରାଣରେ ଦେଖିବାକୁ ମିଳେ, ତନ୍ମଧ୍ୟରୁ ରଥଯାତ୍ରା ସର୍ବଶ୍ରେଷ୍ଠ । ସ୍ନାନଯାତ୍ରା ହେଉଛି ରଥଯାତ୍ରାର ଆଦ୍ୟଯାତ୍ରା । ସମସ୍ତ ଯାତ୍ରାମାନଙ୍କରେ ଶ୍ରୀଜିଉଙ୍କର ପ୍ରତିମା ଯୋଗ ଦେଉଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ସ୍ୱୟଂ ଜିଉମାନେ ବିଜେ ହୁଅନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମାରେ ଜିଉମାନେ ଏକଶହ ଆଠଗରା ଜଳରେ ସ୍ନାନ କରି ହାତୀବେଶ ହେବା ପରେ ଅଣସରରେ ରହନ୍ତି । ଆଷାଢ ଶୁକ୍ଳ ପ୍ରତିପଦା ଦିନ ନେତ୍ରୋତ୍ସବ ପାଳିତ ହୁଏ ଏବଂ ଦ୍ୱିତୀୟା ଦିନ ରଥଯାତ୍ରା ଅନୁଷ୍ଠିତ ହୁଏ । ଇନ୍ଦ୍ରନୀଳମଣି ପୁରାଣରେ ଲେଖାଅଛି,
‘ଆଷାଢ ଶ୍ୟାମଳ ପକ୍ଷେ,ଦ୍ୱିତୀୟା ପୁଷ୍ୟା ସଂଯୁତେ ।ଚରାଚର ହିତାର୍ଥାୟ
ଘୋଷଯାତ୍ରା ବିଧିୟତେ ।’

ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଜିଉମାନେ ରଥରେ ବିଜେ ହୋଇ ଜଗତର କଲ୍ୟାଣ ପାଇଁ ଓ ପତିତ ଜନତାକୁ ପାବନ କରିବା ପାଇଁ ରଥରେ ଯାତ୍ରା କରନ୍ତି । ଭଗବାନଙ୍କ ଅବତାରଗୁଡ଼ିକ ମଧ୍ୟରେ ବାମନ ଅବତାର ଶ୍ରେଷ୍ଠ ଅବତାର । ଅନ୍ୟ ଅବତାରଗୁଡ଼ିକର ସମସ୍ତ ଲୀଳା ମର୍ତ୍ତ୍ୟରେ ସୀମାବଦ୍ଧ ହୋଇଥିବାବେଳେ ପ୍ରଥମ ସମ୍ପୂର୍ଣ୍ଣ ମଣିଷ ତଥା ବ୍ରାହ୍ମଣ ରୂପୀ ବାମନଙ୍କ ଲୀଳା ସ୍ୱର୍ଗ,ମର୍ତ୍ତ୍ୟ ଓ ପାତାଳ ପର୍ଯ୍ୟନ୍ତ ତିନିପୁରକୁ ବ୍ୟାପୀଥିଲା । ସେଥିପାଇଁ ରଥରେ ବାମନଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି କପିଳ ସଂହିତାରେ ବର୍ଣ୍ଣିତ ହୋଇଛି ।

‘ଦୋଳେନ ଦୋଳ ଗୋବିନ୍ଦଂ, ଚାପେଶ୍ଚ ମଧୁସୂଦନଂ, ରଥେତୁ ବାମନଂ ଦୃଷ୍ୱ୍‌ା
ପୁନର୍ଜନ୍ମ ନ ବିଦ୍ୟତେ ।’

ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅକ୍ଷୟ ତୃତୀୟା ଠାରୁ ରଥ ଅନୁକୂଳ ହୋଇ ରଥଯାତ୍ରା ପୂର୍ବଦିନ ଆସି ରଥ ସିଂହଦ୍ୱାର ସମ୍ମୁଖରେ ଲାଗେ । ପ୍ରଭୁ ସକାଳେ ସଅଳ ଖେଚିଡ଼ି ଭୋଗ (ସକାଳ ଧୁପ ଓ ଗୋପାଳବଲ୍ଲଭ) ଖାଇ ବାହାରି ପଡ଼ନ୍ତି ରଥକୁ । ଏଥିପାଇଁ ପ୍ରତୁ୍ୟଷରୁ ଠାକୁରମାନଙ୍କର ମଙ୍ଗଳଆଳତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କ ଦ୍ୱାରା ସମାପିତ ହୋଇଥାଏ । ଏ ସମୟ ବେଳକୁ ଶୋ୍ରତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ । ବାହାରକୁ ଯିବାପାଇଁ ଅଲଗା ଭିଡ଼ାଭିଡ଼ି ହୋଇ ଲୁଗା ପିନ୍ଧନ୍ତି (ଛେଣାପଟା) । ରତ୍ନ ସିଂହାସନରୁ ଓହ୍ଲାଇ ସାତ ପାହାଚ ପହଞ୍ଚିଲା ବେଳକୁ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗିହୁଏ । ତାହାପରେ ପ୍ରଭୁ ଆନନ୍ଦ ବଜାର, ବାଇଶ ପାହାଚ ଓ ସିଂହଦ୍ୱାର ଦେଇ ଆସନ୍ତି ରଥକୁ । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ, ହଲିହଲି ଭକ୍ତମାନଙ୍କୁ ଖେଳାଇ ଖେଳାଇ ଆସନ୍ତି ରଥକୁ । ଦିଅଁମାନେ ଧାଡ଼ି ପହଣ୍ଡିରେ ବିଜେ ହୁଅନ୍ତି । ଏହା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାର୍ପଣ ନୀତି ବଢିଥାଏ । ନାଟମଣ୍ଡପଠାରେ ପ୍ରଥମ କାହାଳି ବାଜିବା ପରେ ଘଣ୍ଟ, କାହାଳି, ତେଲିଙ୍ଗିବାଜା ବାଜେ ଓ ଛତା ଧରାଯାଏ । ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତିବିଶେଷମାନେ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତୀ ଭୋଗ ହୋଇଥାଏ । ବେହେରା ଖୁଣ୍ଟିଆର ‘ମଣିମା’ ’ମଣିମା’ର ଡାକ ମଧ୍ୟରେ ଆନନ୍ଦ ମୁଖରିତ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ, ବେଦଧ୍ୱନି ଓ କରତାଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୁଏ । ମୋଟ ଉପରେ ସେ ସମୟର ପହଣ୍ଡିକାଳୀନ ଦୃଶ୍ୟ ବର୍ଣ୍ଣନାତୀତ ହୋଇଉଠେ । ନୀଳାଦ୍ରି ମହୋଦୟରେ ଉଲ୍ଲେଖ ଅଛି-
‘କାହାଳଯନ୍ତ୍ରବୀଣାଦି ସ୍ପୁରଦ୍‌ ଘଣ୍ଟାବଳି ଧ୍ୱନୋðð । ମୃଦଙ୍ଗ କାଂସ୍ୟତାଳାନାଂ ଶଙ୍ଖାନାଞ୍ଚ ମହସ୍ୱନମ ।ା କାରୟେଦତିଯନେ୍‌ିନ ଚାରୁଚାମର ଚାଳନମ୍‌ । ଚନ୍ଦ୍ରମଣ୍ଡଳସଂକାଶଂ ଛତ୍ରଞ୍ଚ
ଶ୍ୟାମଳଂ ତଥା ।ା ସୂର୍ଯ୍ୟ ଚନ୍ଦ୍ରାନ୍ୱିତଂ ତ୍ରାସଂ ମେଘାଡ଼ମ୍ବରମୂତ୍ତମମ୍‌ । ଏତତ୍ସର୍ବଂ ପୁରୋବିଷ୍ଣୋଦ୍ଧାରୟେ ନୃପସତ୍ତମ ।ା
ଭକ୍ତାନାଂ ଜୟଶବ୍ଦୈଶ୍ଚ କରତାଳୋତ୍ତମ-
ସ୍ୱନୈଃ । ଗୀତୈ ନୃତୈ୍ୟଶ୍ଚ ବାଦୈ୍ୟଶ୍ଚ
ବିପ୍ରାଣାଂ ସ୍ତୁତିନିଃସ୍ୱନୈଃ ।ା’

ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ତାହାପରେ ଚଳନ୍ତି ପ୍ରତିମାମାନେ ରଥକୁ ବିଜେ ହୁଅନ୍ତି । ଶ୍ରୀଦିଅଁମାନେ ରଥାରୂଢ ହେବାପରେ ଦଇତାପତିମାନେ ରୁନ୍ଧାକାର୍ଯ୍ୟ ବଢାଇଥାନ୍ତି । ମହାଜନ (ପୁଷ୍ପାଳକ ଶ୍ରେଣୀୟ) ସେବକମାନେ ଏକ ପଟୁଆର ଶୋଭାଯାତ୍ରାରେ ଘଣ୍ଟ, କାହାଳି ଓ ଘସା ବାଦ୍ୟ ସହିତ ଶ୍ରୀମନ୍ଦିର ଦକ୍ଷିଣ ଘରୁ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥରେ ଅଧିଷ୍ଠିତ କରାନ୍ତି । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ୱାର ସଂଲଗ୍ନ ଛାଉଣୀ ମଠରେ ରଖାଯାଏ । ରଥ ଉପରେ ରୁନ୍ଧା, ମାଳଫୁଲ ବେଶ, ସୋଲ ଚିତା ଇତ୍ୟାଦି ଲାଗି ହେବା ପରେ ଗୋବର୍ଦ୍ଧନ ପୀଠର ଜଗତ୍‌ଗୁରୁ ପୂଜ୍ୟ ଶ୍ରୀଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିଥାନ୍ତି । ଗୁଣ୍ଡିଚା ଯାତ୍ରା ନିମନ୍ତେ ପ୍ରତିବର୍ଷ ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ନୂତନ ରଥ ନିର୍ମିତ ହୋଇଥାଏ । ରଥର କଳସ, ପାଶ୍ୱର୍ ଦେବତା, ସାରଥି ଓ ଘୋଡ଼ା ବ୍ୟତୀତ ଅନ୍ୟ ସମସ୍ତ ଅଂଶ ନୂଆହୁଏ କିନ୍ତୁ ନବକଳେବର ବର୍ଷ ସମୁଦାୟ ରଥ ଓ ରଥାଙ୍ଗ ନୂତନ ନିର୍ମିତ ହୋଇଥାଏ । ବାହାରକୁ ବୁଲିବାକୁ ଯାଉଥିବାରୁ ସାଙ୍ଗରେ କିଛି ଲୁଗାପଟା ନେଇ ବାହାରି ପଡ଼ନ୍ତି ମହାପ୍ରଭୁ । ରତ୍ନ ଭଣ୍ଡାରରୁ ଦୁଇଗୋଟି ବଡ଼ ସିନ୍ଦୁକ ଆନୀତ ହୋଇ ଶ୍ରୀଜଗନ୍ନାଥଙ୍କ ପଛପଟେ ରଖାଯାଏ । ଗୋଟିଏ ସିନ୍ଦୁକରେ ଠାକୁରଙ୍କ ବ୍ୟବହାର ପାଇଁ ଲୁଗାପଟା ଓ ପାଟ ଏବଂ ଅନ୍ୟଟିରେ ଅଳଙ୍କାରମାନ ରଖାଯାଇଥାଏ । ସେବା ଭାବର ପ୍ରତୀକ ଲକ୍ଷେ ରାଜାଙ୍କ ମଉଡ଼ମଣି ଗଜପତି ରାଜା ସାମାନ୍ୟ ଭକ୍ତଟିଏ ପରି ଆସି ରଥ ଓଳାଇ (ଛେରା ପହଁରା) ପରିଷ୍କାର କରନ୍ତି । ଏହି ସେବା ସମ୍ପାଦନା ପାଇଁ ଗଜପତି ମହାରାଜ ବ୍ରତାଚରଣ ପୂର୍ବକ ରାଜଗୁରୁଙ୍କ ଉପସ୍ଥିତିରେ ଶ୍ରୀନଅରର ଇଷ୍ଟଦେବୀ କନକଦୁର୍ଗା ସମେତ ପଞ୍ଚଦେବତାଙ୍କର ଉପାସନା କରିଥାନ୍ତି । ରାଜଗୁରୁଙ୍କ ଦ୍ୱାରା ଦଶବିଧ ଉପଚାରରେ ମଙ୍ଗଳାରୋପଣ କର୍ମ ସମାହିତ ହୋଇଥାଏ । ଶ୍ରୀମନ୍ଦିର ତରଫରୁ ନିମନ୍ତ୍ରଣ କରାଯିବା ପରେ ମହାରାଜା ଶୁକ୍ଳରଙ୍ଗର ଚୁଡିଦାର କୁର୍ତ୍ତା, ନୀଳ କମରପଟୀ, ଲାଲ ପଇତାପଟୀ, ଲାଲ ବର୍ଣ୍ଣର ଉତ୍ତରୀୟ ଓ ଅଣ୍ଟାରେ ରାଜଦଣ୍ଡ ଝୁଲାଇ ମୁଣ୍ଡରେ ପରଚୂଳ ସଂଯୋଜିତ ଜରିଧଡି ଲଗା ଶୁଭ୍ରପାଗ ପିନ୍ଧିବା ସହିତ ଗଳାରେ କୋððସ୍ତୁଭ ରତ୍ନହାର ପରିଧାନ କରନ୍ତି ।

ସ୍କନ୍ଦପୁରାଣରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଶ୍ରୀନହର କାହାଳିଆ ବିଜେ କାହାଳି ବଜାଇବା ପରେ ଏକ ସୁସଜ୍ଜିତ ତାମଜାନରେ ହାତୀ, ଛତି, ଚାମର, ବଜନ୍ତରୀ ଓ ଅନ୍ୟାନ୍ୟ ଶ୍ରୀମନ୍ଦିର ବେହେରାଖୁଣ୍ଟିଆ, ଦେଉଳକରଣ ସେବକ ଓ ରାଜଗୁରୁଙ୍କ ସହ ପାର୍ଷଦ ଗହଣରେ ବର୍ଣ୍ଣାଢ୍ୟ ପଟୁଆରରେ ରଥ ଉପରକୁ ବିଜେ କରନ୍ତି । ରଥରେ ବିଜେ ହେବାପରେ ରାଜା ଦଣ୍ଡପ୍ରଣାମ ପୂର୍ବକ ନିଉଛାଳି, ରଥମାର୍ଜନ ଏବଂ ଛେରାପହଁରା କରନ୍ତି । ତିନି ରଥର ଛେରାପହଁରା ପରେ ରାଜା ଶ୍ରୀନଅରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାପରେ ଚାର ଫିଟାଯାଏ । ଘୋଡ଼ା ବନ୍ଧାଯାଇ ଦଉଡ଼ି ଲାଗେ । ପ୍ରତ୍ୟେକ ରଥରେ ୪ ଟି ଲେଖାଏଁ ଅଶ୍ୱ ଯୋଚାଯାଏ ଏବଂ ୪ ଟି ଲେଖାଏଁ ଦଉଡି ବନ୍ଧାଯାଏ । ପ୍ରତ୍ୟେକ ରଥ ଦାୟିତ୍ୱରେ ଜଣେ ଜଣେ ବରିଷ୍ଠ ପଦାଧିକାରୀଙ୍କ ସହ ବହୁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ । ତାଳଧ୍ୱଜ ରଥ ଦାୟିତ୍ୱରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଏବଂ ନନ୍ଦିଘୋଷ ରଥ ଦାୟିତ୍ୱରେ ଜିଲ୍ଲାପାଳ ରହି ରଥ ଚାଲିବାରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରନ୍ତି । ଡାହୁକ ଡାକ ଛାଡ଼େ । ଭକ୍ତମାନେ ରଥ ଭିଡ଼ି ନିଅନ୍ତି । ଘର୍ଘର ନାଦରେ ରଥ ଆଗକୁ ମାଡ଼ିଚାଲେ । ପ୍ରଥମେ ବଳଭଦ୍ର, ପରେ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ । ଭକ୍ତମାନଙ୍କ ପାଇଁ ଭକ୍ତମାନଙ୍କ ଭୋଗ ଖାଇ ବେଳେବେଳେ ବାଟରେ ଦିନେ ଦି’ ଦିନ ଅଟକି ଯାଆନ୍ତି । ରଥ ଯାଇ ପହଞ୍ଚେ ଗୁଣ୍ଡିଚା ଘରେ । ବିଜେ କାହାଳି ବାଜିଲେ ଡୋରଲାଗି ଓ ପୁଷ୍ପାଳି ବଢେ । ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ଗୁଣ୍ଡିଚା ଘର ଭଣ୍ଡାରଘର ସିଂହାସନ ଉପରେ ବିଜେ କରାନ୍ତି । ସେହିପରି ସୁଦର୍ଶନଙ୍କୁ ବିଜେ କରାଇ ଆଣି ସିଂହାସନ ଚାରତଳେ ରଖିଲେ ବଳଭଦ୍ରାଦି କ୍ରମରେ ମଇଲମ ସାରି ରୁନ୍ଧା ଫିଟି ପହଣ୍ଡି ଆରମ୍ଭ ହୋଇଥାଏ । କର୍ପୂର ଆଳତି, ଦୁର୍ବାକ୍ଷତ, ସାତବତୀ, ସକାହାଳୀ ବନ୍ଦାପନା ଓ ଘଷାବିଡ଼ିଆ ମଣୋହି ବଢେ । ସେବକଙ୍କ ମଣିମା ଡାକ, ଛତ୍ର, ଘଣ୍ଟା, କାହାଳି, ମୃଦଙ୍ଗାଦିରେ ଅପୂର୍ବ ସମାବେଶ ତଥା ଭକ୍ତଙ୍କର ହରିବୋଲ ହୁଳହୁଳି ଧ୍ୱନିରେ ଦିଅଁମାନେ ଗୋଟି ପହଣ୍ଡିରେ ଗୁଣ୍ଡିଚା ଘରେ ବିଜେ କରନ୍ତି । ବଡ଼ ଦେଉଳ ପରି ସେଠାରେ ନୀତିକାନ୍ତି ଚାଲେ । ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ସାଙ୍ଗରେ ନେଇ ନଥିବା ପାଇଁ ଏକୁଟିଆ ଯାଇ ମହାପ୍ରଭୁଙ୍କ ରଥର ଖଣ୍ଡେ କାଠ ଭାଙ୍ଗି ଦେଇ ହେରାଗୋହିରୀ ସାହିବାଟେ ମନ୍ଦିରକୁ ଫେରନ୍ତି । ବାହୁଡ଼ା ପୂର୍ବଦିନ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହିଦିନ ପ୍ରଥମ କରି ଅଭଡ଼ା ହୋଇଥିବାରୁ ଭକ୍ତମାନେ ମହାନନ୍ଦରେ ଆଡ଼ପ ଘରେ ଅଭଡ଼ା ଖାଇଥାଆନ୍ତି । ଏହି ଦର୍ଶନର ପୁଣ୍ୟ ଅନେକ । ଶାସ୍ତ୍ର ଅନୁସାରେ ନୀଳାଦ୍ରିରେ ଶହେବର୍ଷ ଦର୍ଶନ କଲେ ଯେଉଁ ଫଳ ମିଳେ ଥରେମାତ୍ର ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କଲେ ତାହାର ଫଳ ଅଧିକ । ଆଗରୁ ରଥଙ୍କୁ ଦକ୍ଷିଣ ମୋଡ଼ କରାଯାଇଥାଏ । ବାହୁଡ଼ା ଦିନ ସଅଳ ମହାପ୍ରଭୁ ଖେଚୁଡ଼ି ଭୋଗ ଖାଇ ବାହୁଡ଼ି ଆସନ୍ତି ଲୁଗା ଭିଡ଼ାଭିଡ଼ି ହୋଇ ଧାଡ଼ି ପହଣ୍ଡିରେ । ଶରଧା ବାଲିରୁ ଟିକିଏ ଭକ୍ତମାନଙ୍କୁ ଚାହିଁ ଦିଅନ୍ତି, ବେଳେବେଳେ ଟିକିଏ ଚାଲି ସେଠାରେ ରହି ଯାଇ ପୁଣି ଆଗେଇ ଯାଆନ୍ତି । ବଡ଼ ଠାକୁର ଓ ସୁଭଦ୍ରାଙ୍କ ରଥ ସିଂହଦ୍ୱାରକୁ ଟଣା ହୋଇଆସେ । ଜଗନ୍ନାଥଙ୍କ ରଥ ବାଟରେ ମାଉସୀମାଙ୍କ ମନ୍ଦିର ପାଖରେ ଅଟକି ଠାକୁର ଛେନାପୋଡ଼ ଭୋଗ ଖାଇଲେ ଆଗକୁ ବଢେ । ରଥ ରାଜାଙ୍କ ନଅର ପହଞ୍ଚିଲା ବେଳକୁ ଲକ୍ଷ୍ମୀ ଠାକୁରାଣୀ ଚାହାଣି ମଣ୍ଡପରୁ ଚାହିଁ ସେଠାକୁ ବିଜେ କରନ୍ତି । ଲକ୍ଷ୍ମୀନାରାୟଣଙ୍କ ଭେଟହୁଏ । ମହାପ୍ରଭୁ ଫେରି ଆସନ୍ତି ଶ୍ରୀମନ୍ଦିର ଆଗକୁ । ଏକାଦଶୀ ଦିନ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହିଦିନ ଅଧରପଣା ଅନ୍ୟ ଦେବତାଙ୍କ ସହ ଖାଇଥାଆନ୍ତି । ତାହାପରେ ମନ୍ଦିରକୁ ଫେରି ଯାଆନ୍ତି, ମାତ୍ର ଲକ୍ଷ୍ମୀ ବାଟ ଓଗାଳନ୍ତି ସାତ ପାହାଚରେ । ପୁନର୍ବାର ମହାପ୍ରଭୁ ବୁଝାଇ ସୁଝାଇ ମନ୍ଦିରକୁ ପ୍ରବେଶ କରନ୍ତି । ପଥକ୍ଳାନ୍ତି ପାଇଁ ଟିକିଏ ଶୋଇ ପଡ଼ନ୍ତି ଶୟନ ପୂର୍ଣ୍ଣିମା ଦିନ । ରଥରୁ ଫେରିବା ପରେ ନୀଳାଚଳ ଅଭଡ଼ା ହୁଏ । ଭକ୍ତମାନେ ଆଡ଼ପ ଅଭଡ଼ା ଖାଇ ନୀଳାଚଳ ଅଭଡ଼ା ଖାଇସାରିବା ପରେ ଆନନ୍ଦରେ ଯିଏ ଯାହା ଘରକୁ ଫେରନ୍ତି ।ଭକ୍ତ ସହିତ ମିଳିତ ହେବା ପାଇଁ ପ୍ରଭୁଙ୍କର ଏହି ରଥଯାତ୍ରାର ପରିକଳ୍ପନା କରାଯାଇଛି । ଭକ୍ତମାନେ ପ୍ରଭୁଙ୍କୁ କୁ„ାଇ ଦେହ ଓ ମନକୁ ପବିତ୍ର କରିବାର ସୁଯୋଗ ପାଆନ୍ତି । ରଥରେ ବାମନଙ୍କୁ ଦେଖିବା ଅର୍ଥ ଆତ୍ମା ଓ ପରମାତ୍ମାର ମିଳନ ହେବା । ଯୋଗତ‰ ଅନୁସାରେ ଶରୀର ରଥ ମଧ୍ୟରେ ଥିବା ଜୀବାତ୍ମାକୁ ରେଚକ କୁମ୍ଭକ ପୁରକ ଦ୍ୱାରା କୁଣ୍ଡଳୀନି ଜାଗ୍ରତ କରି ମୂଳାଧାରକୁ ଆଣି ସହସ୍ରାରରେ ଥିବା ପରମାତ୍ମାଙ୍କ ସହିତ ମିଳିତ କରାଇଲେ ମୁକ୍ତି ମିଳେ, ତେଣୁ ଜୀବାତ୍ମା ସହିତ ପରମାତ୍ମାର ମିଳନ ହିଁ ରଥଯାତ୍ରା । ରଥଯାତ୍ରା ଓଡ଼ିଶାର ଗର୍ବ ଓ ଗୋððରବ ହୋଇଥିବାରୁ ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସମସ୍ତ ନାଗରିକ ଓ ପ୍ରଶାସନ ଚେଷ୍ଟା କରିବା ଉଚିତ ।

ାା ଜୟ ଜଗନ୍ନାଥ ।ା

Comments are closed.