ଦିଲ୍ଲୀ: ନଭେମ୍ବର ୧୫: ଦିଲ୍ଲୀର ବାୟୁ ଧୀରେ ଧୀରେ ପ୍ରଦୂଷିତ ହୋଇ ବିପଦ ଆଡ଼କୁ ମୁହାଁଇଲାଣି । ସକାଳୁ ସକାଳୁ ଘରୁ ବାହରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି । ଏହିପରି କି ଦିଲ୍ଲୀ ଲୋକ ଘରେ ଘରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏହାର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଓ ଜୀବିକା ଉପରେ ପଡ଼ୁଛି । ଏଣୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏନେଇ ଆଜି ରାଜଧାନୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଏହା ସହିତ ଦିଲ୍ଲୀ ସରକାର ଏନ୍ସିଆର ଅଞ୍ଚଳ ଓ ପଡୋଶୀ ରାଜ୍ୟରେ ମଧ୍ୟ ଲକଡାଉନ୍ ଲଗାଇଲେ ଅଧିକ ସୁଫଳ ମିଳିବ ବୋଲି କହିଛନ୍ତି ।
ସୂଚନା ଯୋଗ୍ୟଯେ, ପ୍ରଦୂଷଣ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଥିଲେ । ଆବଶ୍ୟକ ପଡ଼ିଲେ ଲକଡାଉନ୍ ପରି ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଥିଲେ । ଏହା ପରେ କେଜରିୱାଲ ସରକାରଙ୍କ ପକ୍ଷରୁ ଜରୁରି ବୈଠକ ଡକାଯାଇଥିଲା । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ୧୭ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଛି । ପିଲାମାନେ ଅନ୍ଲାଇନ୍ରେ ପାଠ ପଢୁଛନ୍ତି । ଶିଳ୍ପ ଓ ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି । ସରକାରଙ୍କ ପଦକ୍ଷେପ ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିଛି ।
ଶୁକ୍ରବାର ଦିଲ୍ଲୀର ଏୟାର କ ୍ୱାଲିଟି ଇନେଡକ୍ସ-ଏକୁ୍ୟଆଇ ୪୭୧ ଥିବା ବେଳେ ରବିବାର ସୁଦ୍ଧା ଏହା ୩୩୦କୁ ଖସି ଆସିଛି । ତଥାପି ଦିଲ୍ଲୀ ସଙ୍ଗିନ ଅବସ୍ଥାରେ ରହିଛି । କାରଣ ଏକୁ୍ୟଆଇ ୩୦୧ ରୁ ୪୦୦ ମଧ୍ୟରେ ରହିଲେ ଏହାକୁ ଅତି ଖରାପ ସ୍ତର ବୋଲି ବିଚାର କରାଯିବ । ସେପଟେ ଏୟାର କ ୍ୱାଲିଟି ମେନେଜମେଣ୍ଟ କମିଶନ ପଡୋଶୀ ରାଜ୍ୟଗୁଡ଼ିକୁ ମଧ୍ୟ ସମାନ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶରେ ନଡା ପୋଡି ଉପରେ ରୋକ୍ ଲଗାଇବା ସହ କିଛି ଦିନ ପାଇଁ ନିର୍ମାଣ କାମ ବନ୍ଦ କରିବାକୁ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଇଛି ।
Comments are closed.