ହିନା ଖାନ୍ ନିକଟରେ ନିଜ ରୋଗ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ବ୍ରେଷ୍ଟ କ୍ୟାନ୍ସରରେ ପୀଡିତହୋଇ ଚିକିତ୍ସା ହେଉଛନ୍ତି ହିନା । ଏହାରି ଭିତରେ କିଛି ଛୋଟଛୋଟ ଆସାନ୍ମେଣ୍ଟ୍ ହାତକୁ ମଧ୍ୟ ନେଉଥିବାର ଦେଖିବାକୁ ମିଳୁଛି । ତେବେ ନିକଟରେ ଏକ ସାକ୍ଷାତକାରରେ ହିନା ନିଜ କ୍ୟାରିୟରକୁ ନେଇ କଥା ହୋଇଛନ୍ତି । ହିନାଙ୍କ ମତରେ ଇଣ୍ଡଷ୍ଟ୍ରୀରେ ଯଦି ଆପଣ ବ୍ରେକ୍ ନେଉଛନ୍ତି ତେବେ ଲୋକ ଆପଣଙ୍କୁ ଭୁଲିବାର ଚାନ୍ସ ରହିଥାଏ । ଯାହାପରେ ଆପଣଙ୍କୁ ବିଭିନ୍ନ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । ହେଲେ ତାଙ୍କ ଦେହ ପାଇଁ ତାଙ୍କୁ ବ୍ରେକ୍ ନେବାର ଆବଶ୍ୟକତା ଥିଲା । ସେ ସମୟରେ ହିନା ତାଙ୍କ କ୍ୟାରିୟରକୁ ନେଇ ଜମାରୁ ବି ଚିନ୍ତିତ ନଥିଲେ, କାରଣ ତାଙ୍କ ପାଇଁ ସ୍ୱାସ୍ଥ୍ୟ ଆଗ । ତେବେ ବର୍ତ୍ତମାନ ସେ କ୍ୟାରିୟରକୁ ଗୁରୁତ୍ୱ ଦେଇପାରିବେ ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ କମ୍ବ୍ୟାକ୍ କରିବାକୁ ଯୋଜନା କରୁଛନ୍ତି । ତାଙ୍କର ଆଶା ଅଛି ଆଗକୁ ତାଙ୍କୁ ଭଲ କାମ ଓ ପ୍ରୋଜେକଫ ମିଳିବ । ସେ ଭଲଭଲ ଚରିତ୍ର କରିବାକୁ ଆଗ୍ରହୀ ଅଛନ୍ତି । ତେବେ ଏଥିରେ ହିନା ନିଜ ସ୍ୱାସ୍ଥ୍ୟ ବିଷୟରେ ସେଭଳି କିଛି ଅପ୍ଡେଟ୍ ଦେଇନାହାନ୍ତି । ହେଲେ ସେ କମ୍ବ୍ୟାକ୍ କରିବାକୁ ପ୍ରସ୍ତୁତ ହେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ତାଙ୍କ ଫ୍ୟାନ୍ ଆକଳନ କରିଛନ୍ତି ଏବଂ ଖୁବଶୀଘ୍ର ତାଙ୍କ ପ୍ରିୟ ହିନା ପରଦାରେ ବାହାରନ୍ତୁ ବୋଲି ମତ ଦେଇଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)