ଦୁର୍ବଳ ହେଉଛି ଲାଲବାହିନୀ , ୩୧ ମାଓବାଦୀଙ୍କ ଆତ୍ମସମର୍ପଣ

0

ମାଲକାନଗିରି: ଭୁସୁଡୁଛି ଲାଲ ଗଡ଼ । ସୀମାନ୍ତରେ ଜୋରଦାର କୁମ୍ବିଂ ଅପରେସନ ପରେ ଛାନିଆ ହେଇଛନ୍ତି ମାଓବାଦୀ । ଆତ୍ମସମର୍ପଣ କରୁଛନ୍ତି ମାଓ ସଂଗଠନର ଛାମୁଆ ସଦସ୍ୟ I ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସ ନିକଟରେ ୩୧ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦାନ୍ତେୱାଡା ଏସପିଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରି ଥିବାବେଳେ ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ । ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ । ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୩୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହା ଛଡା ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଙ୍ଗଠନ ଓ ଚେତନା ନାଟ୍ୟ ମଣ୍ଡଳୀ ଭଳି ନକ୍ସଲଙ୍କ ଛାମୁଆଁ ସଙ୍ଗଠନର ସଦସ୍ୟ ମଧ୍ୟ ଅଛନ୍ତି ।

ଗୋଟିଏ ପଟେ ସୁରକ୍ଷାକର୍ମୀଙ୍କ ଅପରେସନ କଗାର ଜୋରଦାର ଚାଲିଥିବା ବେଳେ ଅନେକ ମାଓବାଦୀ ନିହତ ହୋଇଛନ୍ତି । ସରେଣ୍ଡର କରିଥିବା ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦାନ୍ତେୱାଡା ଏବଂ ନାରାୟଣପୁର ଏସପି କହିଛନ୍ତି ।

Leave A Reply

Your email address will not be published.