ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର କ୍ରିସମସ୍ ଦ୍ୱୀପରେ ଅଂସଖ୍ୟ ନରଭକ୍ଷୀ କଙ୍କଡ଼ାକୁ ରାସ୍ତାରେ ଜମା ହୋଇଛନ୍ତି । ଏତେ ମାତ୍ରାରେ ଏହି ଲାଲ ରଙ୍ଗର ନରଭକ୍ଷୀ କଙ୍କଡ଼ାକୁ ଦେଖି ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି । ବ୍ରିଜ୍ ଏବଂ ରାସ୍ତା ଉପରେ କୋଟି କୋଟି କଙ୍କଡ଼ା ଚାଲୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଲାଲ ରଙ୍ଗର ଏହି କଙ୍କଡ଼ା ପ୍ରଜନନ ପାଇଁ ସମୁଦ୍ର ଆଡ଼କୁ ଯିବାରେ ଲାଗିଛନ୍ତି, ହେଲେ ଏମାନଙ୍କ ସଂଖ୍ୟା ଏତେ ଅଧିକ ଯେ ବ୍ରିଜ୍ ଏବଂ ରାସ୍ତାକୁ ବନ୍ଦ କରିଦିଆଯାଇଛି ।
ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆରେ ଏବେ କଙ୍କଡ଼ାଙ୍କ ପ୍ରଜନନର ସମୟ । ଏହି ସମୟରେ ପ୍ରତିବର୍ଷ ଜଙ୍ଗଲରୁ ସମୁଦ୍ର ପର୍ଯ୍ୟନ୍ତ କଙ୍କଡ଼ାମାନେ ଯାଇଥାନ୍ତି । ଅକେଫାବର କିମ୍ବା ନଭେମ୍ବରରେ ବର୍ଷା ପରେ ଛୋଟ ଛୋଟ ଲାଲ କଙ୍କଡ଼ା ସମୁଦ୍ର କୂଳରେ ଏକାଠି ହୋଇଥାନ୍ତି ।
ଏହି କଙ୍କଡ଼ା ଆସିବା ମାତ୍ରେ ପୁରା କ୍ରିସମସ୍ ଦ୍ୱୀପ ଲାଲ ହୋଇଯାଇଥାଏ । ତେବେ ଚଳିତ ବର୍ଷ କଙ୍କଡ଼ାଙ୍କ ସଂଖ୍ୟା ୫କୋଟିରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି । ଯେତେବେଳେ ପ୍ରଜନନ ପାଇଁ ଏତେ ସଂଖ୍ୟକ କଙ୍କଡ଼ା ବାହାରକୁ ଆସିଥାନ୍ତି, ସେତେବେଳେ ରାସ୍ତାଘାଟ ସବୁ ବନ୍ଦ ହୋଇଯାଇଥାଏ । ଏହିସମୟରେ ବ୍ରିଜ୍, ସଡ଼କ, ଚଟାଣ ଏବଂ ଅନ୍ୟ ସ୍ଥାନରେ କେବଳ କଙ୍କଡ଼ା ହିଁ ନଜର ଆସିଥାନ୍ତି । ତେବେ କ୍ରିସମସ ଦ୍ୱୀପର କର୍ମଚାରୀ ବହୁ ମାସ ପୂର୍ବରୁ ହିଁ କୋଟି କୋଟି କଙ୍କଡ଼ାଙ୍କ ସ୍ୱାଗତର ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି ।
ପ୍ରଜନନ ପରେ ପୁଣି ଏମାନେ ଜଙ୍ଗଲକୁ ଫେରିଯାଇଥାନ୍ତି । ସୂଚନା ଅନୁଯାୟୀ ଏହି କଙ୍କଡ଼ା ନରଭକ୍ଷୀ ହୋଇଥିବାରୁ ଏମାନଙ୍କୁ ବହୁତ ବିପଦଜନକ ବୋଲି ବିବେଚନା କରାଯାଇଥାଏ । ଅଷ୍ଟ୍ରେଲିଆର କ୍ରିସମସ ଦ୍ୱୀପରେ ଦୁନିଆର ସବୁଠୁ ଅଧିକ ଲାଲ କଙ୍କଡ଼ା ମିଳିଥାନ୍ତି । କଙ୍କଡ଼ାମାନଙ୍କର ରାସ୍ତା ଓ ବ୍ରିଜ୍ ପାର ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Comments are closed.