ରେଢାଖୋଲ ବନଖଣ୍ଡଟାଲ ଜଙ୍ଗଲରେ ଅନୁପ୍ରବେଶକାରୀଙ୍କ ଉତ୍ପାତ
ବନବିଭାଗର ଚଢଉ ୩୩ ଜଣ ଅନୁପ୍ରବେଶ କାରୀ ଗିରଫ । - ଟାଙ୍ଗିଆ , ବର୍ଚ୍ଛା , ଧନୁତୀର ଆଦି ମାରଣାସ୍ତ୍ର ଜବତ - ଦଲାଲ ସହ ସହଯୋଗୀ ଫେରାର୍
ରେଢାଖୋଲ ସେପ୍ଟେମ୍ବର ୮ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡରେ ବାହାର ରାଜ୍ୟର ଅନୁପ୍ରବେଶ କାରୀଙ୍କ ଆଡïା ଜମିବାରେ ଲାଗିଛି । ଘଞ୍ଚ ଅରଣ୍ୟ ଭିତରକୁ ଅନାୟାସରେ ପ୍ରବେଶ କରି ସେମାନେ ଜଙ୍ଗଲକୁ କାଟି ବସତି ସ୍ଥାପନ କରୁଛନ୍ତିି । ଏ ସମ୍ପର୍କରେ ବନ ବିଭାଗ ମଧ୍ୟ ଜାଣି ପାରୁ ନ ଥିବା ଅଭିଯୋଗ ହେଉଛି । ଏବେ ଏହି ଅନୁପ୍ରବେଶ କାରୀଙ୍କ ପାଇଁ ରେଢାଖୋଲ ବନଖଣ୍ଡର ଗାଁ ଗୁଡିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ ତହସିଲ୍ ବିଭାଗ ମୋଟା ଅଙ୍କର ଫାଇଦା ପାଇ ଅନୁପ୍ରବେଶ କାରୀମାନଙ୍କୁ ଜମିପଟ୍ଟା ପ୍ରଦାନ କରୁଥିବା ବେଳେ ଏ ପଟେ ବନବିଭାଗ ଅନୁପ୍ରବେଶ କାରୀଙ୍କୁ ଧରିବାରେ ସଫଳ ହେଉଛି ।
ରେଢାଖୋଲ ବନଖଣ୍ଡ ବଡବାହାଳ ରେnଅଧିନସ୍ଥ ଟାଲ ଜଙ୍ଗଲରେ ଅନୁପ୍ରବେଶକାରୀ ଆସି ଜଙ୍ଗଲକୁ ପଦା କରି ବସତି ସ୍ଥାପନ କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ବହୁମାରଣାସ୍ତ୍ର ଜବତ କରିବା ସହ ୩୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା ପରେ ଗିରଫ କରିଛି ।
ଝାଡଖଣ୍ଡି ଅନୁପ୍ରବେଶ କାରୀମାନେ ଆସି ବସତି ସ୍ଥାପନ କରିବାକୁ ଜଙ୍ଗଲ ସଫା କରୁଥିଲେ । ରେଢାଖୋଲ ଡିଏଫ୍ଓ ରମାକାନ୍ତ ନାଏକ କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏସିଏଫ୍ , ରେnଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ । ବନବିଭାଗର ଏକ ଟିମ୍ ଏହି ଟାଲ ସଂରକ୍ଷିତ ଜଙ୍ଗଲ ଗଡାଖୋଲ ନିକଟକୁ ଯାଇ ଚଢଉ କରିଥିଲେ । ଚଢଉ ସମୟରେ ୩୩ ଜଣ ଅନୁପ୍ରବେଶ କାରୀକୁ ଧରିବାରେ ବନବିଭାଗ ସଫଳ ହୋଇଥିବା ବେଳେ ବହୁଜଣ ଫେରାର୍ ହୋଇଛନ୍ତି । ପାଖାପାଖୀ ୨୦ ଜଣ ଅନୁପ୍ରବେଶକାରୀ ଦଲାଲଙ୍କ ସହ ଫେରାର୍ ହୋଇଯାଇଥିଲେ । ବନବିଭାଗ ମଧ୍ୟ ସଜାଗ ହୋଇ ଏହି ଅପରେସନରେ ସାମିଲ୍ ହୋଇଥିଲା । କାହିଁକି ନା ଅନୁପ୍ରବେଶ କାରୀମାନଙ୍କ ହାତରେ ଟାଙ୍ଗିଆ , ବର୍ଚ୍ଛା , ଧନୁତୀର ସହ ବହୁ ମାରଣାସ୍ତ୍ର ରହିଥିଲା । ସେମାନେ ସେହି ଜଙ୍ଗଲରେ ତମ୍ବୁ ପକାଇ ବହୁଦିନ ହେଲା ଗଛ କାଟିବାରେ ଲାଗି ପଡିଥିବା ବେଳେ ବନ ବିଭାଗ ବହୁ ବିଳମ୍ବରେ ଜାଣିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ମୂଲ୍ୟବାନ ଗଛ ଗୁଡିକ କାଟି ପଦା କରିଥିବା ଅନୁପ୍ରବେଶ କାରୀଙ୍କ ବିରୁଦ୍ଧରେ ବନବିଭାଗ କି ପଦେକ୍ଷପ ନେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଚଢଉରେ ବଡବାହାଳ ରେn ଅଧିକାରୀ ପ୍ରଜ୍ଞା ପରିମିତା ଦୀପ୍ , ରେଢାଖୋଲ ରେn ଅଧିକାରୀ ମୈତ୍ରୀ ମnିତ ବିଶ୍ୱାଳ , ନାକଟିଦେଉଳ ରେn ଅଧିକାରୀ ଅଶ୍ୱିନୀ ବେହେରା , ଚାରମାଳ ରେn ଅଧିକାରୀ ଦର୍ଶନିଆ ଭୋଇ , ବଡମାଳ ରେn ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ସାମିଲ୍ ହୋଇଥିଲେ । ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । କିଛିମାସ ପୂର୍ବେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଏକର ଜଙ୍ଗଲ ନଷ୍ଟ କରିବାରୁ ପ୍ରଶାସନ ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇଥିଲା । ସେହି ସମୟରେ ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରି ଘର କରି ରହୁଥିଲେ । ସେମାନଙ୍କୁ ହଟାଇବା ଦାବିରେ ଗତ ୧୮ ଜାନୁଆରୀରେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିିଲେ । ସେତେବେଳେ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ପ୍ରତିଶୃତି ଦେଇ ପଦକ୍ଷେପ ନେବାକୁ କହିଥିଲେ । ରେଢାଖୋଲ ଓ ନାକଟିଦେଉଳ ବନାଂଚଳ ରେ ଶହ ଶହ ଗାଁରେ ଥିବା ସଂରକ୍ଷିତ ଜଙ୍ଗଲ ଅନୁପ୍ରବେଶ କାରୀଙ୍କ ଚରାଭୂଇଁ ପାଲଟିଛି । ଏମାନଙ୍କୁ ହଟାଇବା ଦିଗରେ ପ୍ରଶାସନ ଉଦ୍ୟମ କରିବାର ଆବଶ୍ୟକତା ରହିଛି ।
Comments are closed.