କୁଡାନାଳି ନହୁରାଣୀ ପୋଲ ଉଦ୍‌ଘାାଟନ ହେବ କେବେ ?

ପୋଲ ଉପରେ ଚାଲୁଛି ଶତାଧିକ ଗାଡି ।

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍‌ର କୁଡାନାଳି ଗ୍ରାମ । ଯେଉଁ ଭାଇଭଉଣୀ ପାଇଁ ବେଶ୍‌ ପରିଚିତ ସେଇ ଗାଁ ଟି । ସେଇ ଗାଁ ପାଖ ଅନୁଗୋଳ ସୀମା; ରେ ରହିଛି ନହୁରାଣୀ ପୋଲ । କୁଡାନାଳି ଗ୍ରାମର ଦୁଇ ଭାଇ ଭଉଣୀ ଆଦ୍ୟାଶା ଓ ଆୟୁଷଙ୍କ ପାଇଁ ଆଜି ପୋଲ କାମ ସଂପୂର୍ଣ୍ଣ ହୋଇଛି । ଏବେ ପୋଲ ଉପରେ ଶତାଧିକ ଗାଡି ଚଳପ୍ରଚଳ ହେଉଛି । ହେଲେ ଉଦ୍‌ଘାଟନ ବାକି ରହିଛି । ସେଇ ନହୁରାଣୀ ପୋଲ ପାଇଁ କୁଡାନାଳି ଗ୍ରାମର ଆୟୁଷ ଓ ଆଦ୍ୟାଶା ବହୁବାର ସଂଘର୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଠାରୁ ଆରମ୍ଭ କରି ରାଜ୍ୟ ପାଳ , ରାଷ୍ଟ୍ରପତି ଏବଂ ମାନବାଧିକାର କମିଶନର ପାଖକୁ ସେ ବାରମ୍ବାର ଚିଠି ଲେଖିଥିଲେ ନହୁରାଣୀ ନାଳ ଉପରେ ଏକ ପୋଲ ହେବାକୁ । ବାରମ୍ବାର ଦାବି ସତେ୍ୱ ଦୁଇ ଭାଇଭଉଣୀଙ୍କ କଥାକୁ ଶୁଣିଲେ ସରକାର ଏବଂ ମାନ୍ୟବର ବିଧାୟକ ଇଂ ରୋହିତ୍‌ କୁମାର ପୂଜାରୀ । ଏବେ ପୋଲ ସଂପୂର୍ଣ୍ଣ ହେଇଛି ହେଲେ ଏ ଯାଏଁ ଉଦ୍‌ଘାଟ ହୋଇ ପାରିନି ପୋଲଟି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଅନ୍ତର୍ଗତ କୁଡାନାଳି ଅଞ୍ଚଳର ଜନସାଧାରଣ ଜୀବନଜୀବିକା , ଶିକ୍ଷା , ସ୍ୱସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଅନୁଗୋଳ ଜଲ୍ଲାର ଛେଣ୍ଡିପଦା ଉପରେ ନିର୍ଭର କରିଛନ୍ତି । ନହୁରାଣୀ ନାଳ ଏମାନଙ୍କ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା । ବର୍ଷାଦିନେ ଏ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଛେଣ୍ଡିପଦା ଅଞ୍ଚଳରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଦୁଃଖ ନ କହିଲେ ଭଲ । ଆୟୁଷ ଓ ଆଦ୍ୟାଶା ମଧ୍ୟ ସେଇ ନହୁରାଣୀ ପୋଲ ପାର ହୋଇ ଛେଣ୍ଡିପଦାରେ ପାଠ ପଢୁଥିଲେ । ହେଲେ ପୋଲ ନ ଥିବାରୁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ବାରମ୍ବାର ଦାବି ସତେ୍ୱ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୋଲ ନିର୍ମାଣ ପାଇଁ ଚିଠି ଆସିଥିଲା । ଚିଠି ପାଇବା ପରେ ପ୍ରଶାସନ ତପିରତା ପ୍ରକାଶ କରିଥିଲା । ସୀମା ବିବାଦ ଯୋଗୁଁ ପୋଲ ନିର୍ମାଣରେ ପ୍ରତିବନ୍ଧକ ସାଜିଥିଲା । ପୋଲ ନିର୍ମାଣ ବିଳମ୍ବ ହେବାରୁ ୨୦୧୪ରେ ଅଗଷ୍ଟରେ ପୁନର୍ବାର ସେଇ ଭାଇଭଉଣୀ ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ । ରାଜ୍ୟ ପାଳ ମଧ୍ୟ ପୋଲ ନର୍ମାଣ କରିବାକୁ ଚିଠି ପଠାଇଥିଲେ ହେଲେ ସୀମା ବିବାଦ ପାଇଁ ସବୁ ଗଡବଡ ହୋଇଯାଇଥିଲା । ଏହାପରେ ମାନବାଧିକାର କମିଶନର ପାଖକୁ ଚିଠି ଲେଖିଥିଲେ । ସେଠି ବି କୌଣସି ସୁଫଳ ମିଳି ନ ଥିଲା ।

ସବୁ ଆଡୁ ନିରାଶ ହେଲା ପରେ ଶେଷରେ ଆୟୁଷ ଓ ଆଦ୍ୟାଶା ୨୦୧୬ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖୁ ଚିଠି ଲେଖିଲେ । ସେ ସମୟରେ ଏହି ଦୁଇ ଭାଇ ଭଉଣୀ ଚର୍ଚ୍ଚିତ ହୋଇଥିଲେ । । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠିଲେଖିଲେ ମୁଖ୍ୟ ଶାସନ ସଚିବଙ୍କ ପାଖକୁ । ଏହାପରେ ପୋଲ ନିର୍ମାଣ ପାଇଁ କଥାବାର୍ତ୍ତା ପରେ ବାଟ ଫିଟିଥିଲା । ଏହା ପରେ ପରେ ରାସ୍ତା ନର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୮ ବର୍ଷର ସଂଘର୍ଷ ପରେ ପୋଲ ଉପରେ ଏବେ ଗାଡି ମଟର ଚାଲିଲାଣି । ହେଲେ ଏ ପର୍ଯ୍ୟନ୍ତ ପୋଲର ଉଦ୍‌ଘାଟନ ହୋଇପାରିନି ।

Comments are closed.