ଉତ୍ତରପ୍ରଦେଶରେ ଘନଉଛି ଧର୍ମିୟ ବିବାଦ

ଉତ୍ତରପ୍ରଦେଶ: ମଇ ୧୪: ବାରାଣସୀରେ ପୁଣି ବିବାଦ ।କାଶୀ ବିଶ୍ୱନାଥ ମନ୍ଦିର ପରିସରକୁ ଲାଗି ଥିବା ବିଶେ୍ୱଶ୍ୱର ମହାପ୍ରଭୁଙ୍କ ମନ୍ଦିର ଭାଙ୍ଗି ସେଠାରେ ମସଜିଦ ର୍ନିମାଣ ହୋଇଥିବା ଘଟଣାକୁ ବହୁବର୍ଷ ଧରି ବିରୋଧ କରାଯାଉଥିଲା । ଏହି ମସଜିଦ ପରିସରର ଭିଡିଓ ସର୍ଭେକୁ ନେଇ ସୁପ୍ରିମକୋର୍ଟ ସବୁ ତଥ୍ୟକୁ ନପରଖି ତତ୍କାଳ ରହିତାଦେଶ ଦେଇପାରିବେ ନାହିଁ ବୋଲି କହିବା ପରେ, ଶନିବାର ଠାରୁ ପୁଣି ଏହାର ଭିଡିଓ ସର୍ଭେ ହେବ ବୋଲି ଧାର୍ଯ୍ୟ ହୋଇଛି । କଣ ରହିଛି ସେଠାକାର ସ୍ଥିତି ସବୁର ଉତ୍ତର କୋର୍ଟରେ ରଖିବାକୁ ଶନିବାରଠୁ ଆରମ୍ଭ ହେବ ଭିଡିଓଗ୍ରାଫି । ତେବେ ଏହାକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ବଡ ଝଟକା ହେବ । ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ । ମସଜିଦ କାନ୍ଥ, ପରିସର, ବନ୍ଦ କୋଠରୀ ସବୁ କିଛି ସର୍ବେକ୍ଷଣରେ ସାମିଲ କରିବାକୁ ଏବଂ ଆବଶ୍ୟକ ପଡ଼ିଲେ ତାଲା ଭାଙ୍ଗି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବାରାଣସୀ କୋର୍ଟ ।

Comments are closed.