‘ମଧୁବନ’ ଗୀତକୁ ନେଇ ବଢ଼ିଲା ଅଡ଼ୁଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ସନି ଲିଓନି ଆଜିକାଲି ‘ମଧୁବନ’ ଗୀତକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଗତ କିଛି ଦିନ ଧରି ସନିଙ୍କ ଏହି ଗୀତ ଧୀରେଧୀରେ ବିବାଦ ଘେରରେ ଫସିବାରେ ଲାଗିଛି । ରିଲିଜ୍‌ ହେବା ମାତ୍ରେ ହିଁ ଗୀତକୁ ନେଇ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଯାଇଛି ।
‘ମଧୁବନ’ ଗୀତକୁ ନେଇ ବଢ଼ିଲା ଅଡ଼ୁଆ

ଗୀତର ପଂକ୍ତି ଏବଂ ଏଥିରେ ସନିଙ୍କ ନୃତ୍ୟଶୈଳୀ ସାଧାରଣ ଜନତାଙ୍କ ଭାବନାକୁ ଆଘାତ କରିଥିବା ଅଭିଯୋଗ କରାଯାଉଛି । ଏହି ଭିଡିଓ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବାରୁ କ୍ଷମା ପ୍ରାର୍ଥନା କରିବା ପାଇଁ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଦାବି କରିଛନ୍ତି । ଏହାପରେ ମୁ୍ୟଜିକ କମ୍ପାନୀ ସାରେଗାମା ମଧ୍ୟ ସ୍ପଷ୍ଟୀକରଣ ଦେଇ କହିଛି ଯେ ୩ ଦିନ ମଧ୍ୟରେ ମଧୁବନ ଗୀତର ପଂକ୍ତି ଏବଂ ନାମ ପରିବର୍ତ୍ତନ କରାଯିବ । ମୁ୍ୟଜିକ କମ୍ପାନୀର ସଫେଇ ପରେ ବି ବିବାଦ ଥମିବାରେ ନାଁ ଧରୁନି ।
‘ମଧୁବନ’ ଗୀତକୁ ନେଇ ବଢ଼ିଲା ଅଡ଼ୁଆ

କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ସନିଙ୍କୁ ଗିରଫ କରିବା ପାଇଁ ଦାବି କରାଯାଉଥିବା ଦେଖିବାକୁ ମିଳିଛି । ଟ୍ୱିଟରରେ ହାସ୍‌ଟ୍ୟାଗ୍‌ ଆରେଷ୍ଟ ସନି ଲିଓନି ମଧ୍ୟ ଟ୍ରେଣ୍ଡ୍‌ କରିବାରେ ଲାଗିଛି । ହିନ୍ଦୁ ଧର୍ମକୁ ଆଘାତ ପହଞ୍ଚାଉଥିବା ଗୀତ ସନି ଚୟନ କରିଛନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି ସାଧାରଣ ଜନତା । ମଧୁବନ ରାଧିକା ନାଚେ ଗୀତଟି ୨୨ ଡିସେମ୍ବରରେ ରିଲିଜ୍‌ ହୋଇଥିଲା । ଲୋକଙ୍କ କହିବା ଅନୁଯାୟୀ ଏହି ଗୀତ ଦ୍ୱାରା ରାଧାଙ୍କ ଅପମାନ ହେଉଛି । ସନି ଲିଓନିଙ୍କ ନୃତ୍ୟ ଏହି ଗୀତ ମୁତାବକ ଅଶ୍ଲୀଳ । ତେଣୁ ତୁରନ୍ତ ଗୀତକୁ ବ୍ୟାନ କରିବା ସହ ସନିଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।

Har Ghar Tiranga