ନୂଆଦିଲ୍ଲୀ: ଜୁନ ୮: ସିଡିଏସ୍ ନିଯୁକ୍ତି ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ନୂଆ ନିୟମାନୁସାରେ ୬୨ ବର୍ଷ ହୋଇନଥିବା ଅବସରପ୍ରାପ୍ତ ସେନାଧିକାରୀ ବି ହୋଇପାରିବେ ସିଡିଏସ୍ । ବାୟୁସେନା ଓ ନୌସେନାର ଅଧିକାରୀ ବି ନିଯୁକ୍ତ ହୋଇପାରିବେ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଗେଜେଟ ନୋଟିସ । ଜେନେରାଲ ବିପିନ ରାୱତଙ୍କ ନିଧନ ପରେ ଖାଲିପଡ଼ିଛି ସିଡିଏସ୍ ପଦବୀ । ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । କି;ୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ । ଆର୍ମି, ନେଭି ଓ ଏୟାରଫୋର୍ସରେ କାର୍ଯ୍ୟରତ ୩ ଷ୍ଟାର ଅଫିସର କିମ୍ବା ଅବସର ପ୍ରାପ୍ତ ୩ ଷ୍ଟାର ଓ ୪ ଷ୍ଟାର ଅଫିସର ସିଡିଏସ୍ ଭାବେ ନିଯୁକ୍ତି ପାଇପାରିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ, ଏୟାର ମାର୍ଶଲ କିମ୍ବା ଏୟାର ଚିଫ ମାର୍ଶଲ କାର୍ଯ୍ୟ କରୁଥିବା କିମ୍ବା ସମାନ ରାଙ୍କର ଅଫିସର ଭାବେ ଅବସର ନେଇଥିବେ ସେମାନଙ୍କ ନାଁକୁ ମଧ୍ୟ ସରକାର ସିଡିଏସ୍ ପଦ ପାଇଁ ବିଚାରକୁ ନେଇ ପାରିବେ । ସମାନ ନିୟମ ନୌସେନା ଓ ସ୍ଥଳ ସେନା ପାଇଁ ମଧ୍ୟ ଲାଗୁ ହେବ ।
Comments are closed.