ସର୍ବଦା ବୈଜ୍ଞାନିକମାନେ ପ୍ଲାଷ୍ଟିକର ବିକଳ୍ପ ବାହାର କରିବା ପ୍ରଚେଷ୍ଟାରେ ରହିଥାଆନ୍ତି । ବର୍ତ୍ତମାନ ପ୍ଲାଷ୍ଟିକର ବ୍ୟବହାର ଧୀରେଧୀରେ ବଢିଚାଲିଛି । ପ୍ଲାଷ୍ଟିକ ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ତେବେ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ହେଲା ଏହା କୌଣସି ଜିନିଷକୁ ଓଦା ହେବାରୁ ବଞ୍ଚାଇଥାଏ । ଯେଉଁ କାରଣରୁ ଏହାର ବ୍ୟବହାର ଅଧିକା ହୋଇଥାଏ । ତେବେ ବୈଜ୍ଞାନିକମାନେ ଏହାର ମଧ୍ୟ ବିକଳ୍ପ ବାହାର କରିଛନ୍ତି ।
ଟୋକିଓ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ପ୍ରକାରର ବାଟ ବାହାର କରିଛନ୍ତି, ଯେଉଁଥିରେ କାଗଜର ନମନିୟତା ପ୍ଲାଷ୍ଟିକ୍ ସହିତ ସମାନ ହେବ । ଯେଉଁ କାରଣରୁ ଏହା ସମସ୍ତ ଜିନିଷକୁ ୱାଟରଫ୍ରୁଫ୍ ରଖିବ । ଏହି କୋଟିଂକୁ ଶସ୍ତା କେମିକାଲ ବ୍ୟବହାର କରି କରାଯାଇଛି, ଯାହା ବ୍ୟବହାର ପାଇଁ ସୁରକ୍ଷିତ । ପ୍ରସ୍ତୁତ କୋଟିଂର କାର୍ଯ୍ୟ ପ୍ଲାଷ୍ଟିକ୍ ସହିତ ସମାନ । ବଜାରରେ ମିଳୁଥିବା ଚା କପ୍ ହେଉ କିମ୍ବା ଖାଦ୍ୟ ପ୍ୟାକେଜିଂ ପାଇଁ ବ୍ୟବହାର ହେଉଥିବା କଣ୍ଟେନର,ସବୁକୁ ଏହି ସଲୁ୍ୟସନ୍ରେ ବୁଡାଇ ସାଧାରଣ ତାପମାତ୍ରାରେ ଶୁଖାଯାଇ ବ୍ୟବହାର କରାଯାଇପାରିବ । ଏହି ସଲୁ୍ୟସନ୍ରେ ବୁଡାଯିବା ପରେ ଏଥିରେ ଦିଆଯାଉଥିବା କୋଟିଂଟି ପ୍ଲାଷ୍ଟିକ୍ର କାମ କରିବ ।
ଶୁଖିବା ପରେ ସେଲୁଲୋଜ୍ ଉପରେ ସିଲିକାର ଏକ ଥିନ୍ ଲେୟାର ପ୍ରସ୍ତୁତ ହେବ, ଯାହା କାଗଜକୁ ଅନମନିୟତା, ଶକ୍ତିଶାଳୀ ଓ ୱାଟରପ୍ରୁଫ କରିବ । ତେବେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ଅଧିକା ଗବେଷଣା ଚାଲିଥିବା ଗବେଷକ ସୂଚନା ଦେଇଛନ୍ତି । ଏହି କୋଟିଂକୁ କେବଳ କାଗଜ ନୁହେଁ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ବ୍ୟବହାର କରିବାକୁ ଚେଷ୍ଟା ଜାରି ରହିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)