ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗୀ ହେଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ କାର୍ଯ୍ୟକାରୀ ଅଧ୍ୟକ୍ଷ

0

ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଏସ୍‌ ସୁଧାକର ବୁର୍ଗୀଙ୍କୁ ନୂଆ ଦାୟିତ୍ୱ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ପଦରୁ ପୂର୍ବତନ ଡିଜିପି ଅଭୟ ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ସୁଧାକର ବୁର୍ଗୀଙ୍କୁ ନିଯୁକ୍ତ ଦେଇଛନ୍ତି ରାଜ୍ୟ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ସୁଧାକର ବୁର୍ଗୀ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ନିକଟରେ OSSCର ସଦସ୍ୟ ହୋଇଥିଲେ ସୁଧାକର । OSSC ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗୃହୀତ ହୋଇଛି ।

ସୂଚନାନୁସାରେ, ୨୦୨୧ ଡିସେମ୍ବର ୩୧ରେ ଡିଜିପି ପଦରୁ ଆଇପିଏସ୍‌ ଅଭୟଙ୍କ ଇସ୍ତଫା ପରେ ୨୦୨୨ ଏପ୍ରିଲ ୧୩ରେ ତାଙ୍କୁ ତତ୍‌କାଳୀନ ସରକାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ସେବେଠୁ ଆଇପିଏସ୍‌ ଅଭୟ OSSC ଅଧ୍ୟକ୍ଷ ଭାବେ କାର୍ଯ୍ୟକରିଆସୁଥିଲେ। ଆଜି ସାଧାରଣ ପ୍ରଶାସନ ବିଭାଗ ତାକ ଇସ୍ତଫାକୁ ଗୃହୀତ କରିବା ପରେ ତାଙ୍କ ସ୍ଥାନରେ ସୁଧାକର ବର୍ଗିଙ୍କୁ OSSC କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.