ରେହା ହେବେ ‘ବାଳିକା ବଧୂ’ ସିଜନ୍‌ ୨ର ଅଭିନେତ୍ରୀ

‘ବାଳିକା ବଧୂ’ ଛୋଟ ପରଦାର ସବୁଠୁ ଲୋକପ୍ରିୟ ଶୋ ମଧ୍ୟରୁ ଏକ । ପ୍ରଥମ ସିଜିନରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ଏହା ପୁଣି ଥରେ ଦୀର୍ଘ ବର୍ଷ ପରେ ଦ୍ୱିତୀୟ ସିଜିନ ନେଇ ଆସିଛି । ଚଳିତ ବର୍ଷ ଅଗଷ୍ଟରେ କଲର୍ସ ଚ୍ୟାନେଲରେ ସିରିଏଲ ‘ବାଳିକା ବଧୂ-୨’ର ପ୍ରିମିୟର ହୋଇଛି । ଦ୍ୱିତୀୟ ସିଜିନ ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି । ଶୋ ସହ ଜଡ଼ିତ ଅପଡେଟ୍‌ ଏବଂ ପ୍ରୋମୋ ପ୍ରତିଦିନ ସାମ୍ନାକୁ ଆସୁଛି ।
ରେହା ହେବେ ‘ବାଳିକା ବଧୂ’ ସିଜନ୍‌ ୨ର ଅଭିନେତ୍ରୀ

ଏହାରି ମଧ୍ୟରେ ଖବର ଆସିଛି ଯେ ଶୋରେ ଖୁବଶୀଘ୍ର ଟାଇମ୍‌ ଲିପ୍‌ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ଛୋଟ ଆନନ୍ଦୀର ରୋଲ୍‌ କରୁଥିବା ଶ୍ରିୟା ପଟେଲଙ୍କ ସ୍ଥାନରେ ବଡ଼ ଆନନ୍ଦୀ ନଜର ଆସିବେ । ଯାହାକୁ ନେଇ ଶୋ ନିର୍ମାତା ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ନେବା ପାଇଁ ସ୍ଥିର କରିଛନ୍ତି । ଏହାକୁ ନେଇ ଦୁଇ ଜଣ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଜଣଙ୍କ ନାମକୁ କନଫର୍ମ କରାଯାଇଥିବା ଖବର ଆସିଛି ।
ରେହା ହେବେ ‘ବାଳିକା ବଧୂ’ ସିଜନ୍‌ ୨ର ଅଭିନେତ୍ରୀ

କିଛି ଦିନ ପୂର୍ବେ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ନାୟିକା ଶିବାଙ୍ଗୀ ଯୋଶୀ ଆନନ୍ଦୀ ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏବେ ଶିବାଙ୍ଗୀ ଯୋଶୀଙ୍କ ସ୍ଥାନରେ ରେହା ଶର୍ମା ଅଭିନୟ କରିବେ ବୋଲି ଜଣାପଡ଼ିଛି । ବାଳିକା ବଧୂ-୨ର ନିର୍ମାତା ଶିବାଙ୍ଗୀ ଯୋଶୀଙ୍କ ପରେ ରେହା ଶର୍ମାଙ୍କୁ ଆନନ୍ଦୀ ରୋଲ୍‌ ପାଇଁ ଆପ୍ରୋଚ୍‌ କରିଛନ୍ତି । କୁହାଯାଉଛି ଯେ, ରେହା ଶର୍ମା ଶୁବଶୀଘ୍ର ଆନନ୍ଦୀ ଚରିତ୍ର ପାଇଁ ଅଡିସନ ଦେବେ ।
ରେହା ହେବେ ‘ବାଳିକା ବଧୂ’ ସିଜନ୍‌ ୨ର ଅଭିନେତ୍ରୀ

‘ୟେ ରିସ୍ତା ହୈ ପ୍ୟାର୍‌ କେ’ରେ ରିୟା ଶର୍ମା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ, ଯେଉଁଥିରୁ ସେ ଲୋକପ୍ରିୟତା ସାଉଁଟିଥିଲେ । ବାଳିକା ବଧୂର ପ୍ରଥମ ସିଜିନ ରାଜସ୍ଥାନର ବାଲ୍ୟ ବିବାହ ଉପରେ କେନ୍ଦ୍ରିତ ଥିବା ବେଳେ ଦ୍ୱିତୀୟ ସିଜିନ ଗୁଜରାଟୀ ପରିବାର ଉପରେ ଆଧାରିତ ହୋଇଛି ।

Comments are closed.