ପୁଣି ଥରେ ଫିଲ୍ମ ପରଦାରେ ଶାହାରୁଖ-କାଜୋଲଙ୍କ ଯୋଡ଼ି

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାଣୀ’ ବହୁପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଏକ । ଫିଲ୍ମର ଘୋଷଣା ପରଠୁ ହିଁ ବି-ଟାଉନରେ ଚର୍ଚ୍ଚାରେ ରହିଛି । ଏବେ ଫିଲ୍ମକୁ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ହିନ୍ଦୀ ସିନେମାର ଅନସ୍କ୍ରିନ୍‌ ସୁପରହିଟ୍‌ ଯୋଡ଼ି କାଜୋଲ ଏବଂ ଶାହାରୁଖ ଖାନ ଫିଲ୍ମରେ ସ୍ପେଶାଲ୍‌ ଆପିୟରେନ୍ସ ଦେବେ ।

 ପୁଣି ଥରେ ଫିଲ୍ମ ପରଦାରେ ଶାହାରୁଖ-କାଜୋଲଙ୍କ ଯୋଡ଼ି

ରୋହିତ ସେଟ୍ଟୀଙ୍କ ‘ଦିଲ୍‌ୱାଲେ’ ପରେ ଉଭୟ ଦୀର୍ଘ ୭ ବର୍ଷ ପରେ ଏହି ଫିଲ୍ମ ଜରିଆରେ ଏକତ୍ର ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ଏନେଇ ଖୁବଶୀଘ୍ର ଦୁହେଁ ମୁମ୍ବାଇରେ ସୁଟିଂ ଆରମ୍ଭ କରିବେ । ଶାହାରୁଖ ବର୍ତ୍ତମାନ ତାଙ୍କ ପ୍ରୋଜେକଫରେ ଖୁବ୍‌ ବ୍ୟସ୍ତ ଅଛନ୍ତି, କିନ୍ତୁ କରଣ ଜୋହରଙ୍କ ପାଇଁ ସେ ଗୋଟିଏ ଦିନ ସମୟ ବାହାର କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି । ତେବେ କାଜୋଲ-ଶାହାରୁଖ କେଉଁ ସ୍ୱତନ୍ତ୍ର ଗୀତ କିମ୍ବା ଦୃଶ୍ୟରେ ନଜର ଆସିବେ ବୋଲି ସେସମ୍ପର୍କରେ ଜଣାଡ଼ିନାହିଁ ।

 ପୁଣି ଥରେ ଫିଲ୍ମ ପରଦାରେ ଶାହାରୁଖ-କାଜୋଲଙ୍କ ଯୋଡ଼ି

୨୦୧୬ରେ କରଣଙ୍କ ଆସିଥିବା ଫିଲ୍ମ ‘ଏ ଦିଲ୍‌ ହୈ ମୁସ୍‌କିଲ୍‌’ରେ ମଧ୍ୟ ଶାହାରୁଖ ଖାନ କେମିଓ କରିଥିଲେ, ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ସେହିପରି ‘ରକି ଔର୍‌ ରାନୀ କି ପ୍ରେମ କାହାଣୀ’ ମାଧ୍ୟମରେ କରଣ ଜୋହର ଦୀର୍ଘ ବର୍ଷ ପରେ ନିର୍ଦ୍ଦେଶକ ଭାବେ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।

 ପୁଣି ଥରେ ଫିଲ୍ମ ପରଦାରେ ଶାହାରୁଖ-କାଜୋଲଙ୍କ ଯୋଡ଼ି

ଏହି ଫିଲ୍ମରେ ଆଲିୟା ଭଟ୍ଟ ଏବଂ ରଣବୀର ସିଂହଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶାବନା ଆଜମୀଙ୍କ ପରି ବର୍ଷିଆନ କଳାକାର ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି । ଫିଲ୍ମଟି ଆଗାମୀ ବର୍ଷ ଫେବୃଆରୀରେ ମୁକ୍ତିଲାଭ କରାଯିବାର ଯୋଜନା ରହିଛି ।

Comments are closed.