ରକି ଓ ରାନୀରେ ନଜର ଆସିବେ ୩ ବଲିଉଡ୍‌ ଯୁବ ତାରକା

ମୁମ୍ବାଇ: ଜୁନ ୧୦: କରଣ ଜୋହରଙ୍କ ଆଗାମୀ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସମୟରେ ବଲିଉଡର ୟଙ୍ଗ ବ୍ରିଗେଡ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଏହି ତିନି ଅଭିନେତ୍ରୀ କରଣଙ୍କ ଫିଲ୍ମରେ କାମିୟୋ ତଥା ଗେଷ୍ଟ ଭାବରେ ନଜର ଆସିବେ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ତିନିଜଣ ଅଭିନେତ୍ରୀଙ୍କୁ ରକି ଔର ରାନୀ କି ପ୍ରେମ କାହାନିରେ ଏକ ଅଇଟମ୍‌ ଡ୍ୟାନ୍ସ ନମ୍ବରର ଅଂଶ ହେବେ । ଏହା ବ୍ୟତୀତ ଫିଲ୍ମରେ କିଛି ଖାସ୍‌ ସିନ୍‌ ମଧ୍ୟ ରହିଛି ବୋଲି କୁହାଯାଉଛି । ଏହା ସହ ଜଡିତ ଅନ୍ୟ ସମସ୍ତ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି । ସେ ବିଷୟରେ କୌଣସି ସୂଚନା ମଧ୍ୟ ଦିଆଯାଇ ନାହିଁ । କୁହାଯାଉଛି କି ସୁଟିଂ ସେପେଫମ୍ବର କିମ୍ବା ଅକେଫାବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏହା ପରେ ଚଳଚ୍ଚିତ୍ର ନିର୍ମାତାମାନେ ଏହାର ପୋଷ୍ଟ ପ୍ରଡକ୍ସନ୍‌ ଆରମ୍ଭ କରିବେ । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୧୦ ଫେବୃଆରୀ ୨୦୨୩ରେ ରିଲିଜ୍‌ ହେବ ।

Comments are closed.