ସିଲେକ୍ଟରଙ୍କୁ ଜବାବ ଦେଲେ ରୋହିତ ଶର୍ମା

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖା ପାଟଣାରେ ଅନୁଷ୍ଠିତ ଟେଷ୍ଟରେ ସିଲେକ୍ଟରଙ୍କୁ କଡ଼ା ଜବାବ ଦେଇଛନ୍ତି ରୋହିତ ଶର୍ମା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ କରି ରୋହିତ ଶର୍ମା ଯଥାକ୍ରମେ ୧୭୬ ଓ ୧୨୭ ରନ୍‍ ବିଶିଷ୍ଟ ଯୁଗଳ ଶତକ ହାସଲ କରିଥିଲେ। ସେହିପରି ଉଭୟ ଦଳର ବ୍ୟାଟ୍ସମ୍ୟାନ ୪ଟି ପାଳିରେ ୋଟ ୩୭ଟି ଛକା ମାରିଥିବାବେଳେ ରୋହିତ ଏକାକୀ ୧୩ଟି ଛକା ମାରିଥିଲେ। ସେ ପ୍ରଥମ ପାଳିରେ ୬ଟି ଓ ଦ୍ୱିତୀୟ ପାଳିରେ ୭ଟି ଛକା ମାରିଥିଲେ। ବ୍ୟକ୍ତିଗତ ଭାବେ ଗୋଟିଏ ଟେଷ୍ଟରେ ସର୍ବାଧ୍ଚଳ ଛକା ମାରିବାରେ ରୋହିତ ପାକିସ୍ତାନର ଅଲରାଉଣ୍ଡର ୱାସିମ୍‍ ଆକ୍ରମଙ୍କୁ ପଛରେ ପକାଇଛନ୍ତି।
ସୂଚନା ଥାଉ କି, ପୂର୍ବରୁ ୨୦୧୪ରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ସାରଜା ଟେଷ୍ଟରେ ୩୫ଟି ଛକା ମାରି ଏକ ରେକର୍ଡ଼ ସୃଷ୍ଟି କରିଥିଲେ। ଯେହି ରେକର୍ଡ଼ ଭାଙ୍ଗିଛନ୍ତି ଭାରତ-ଦକ୍ଷିଣ ଆଫ୍ରିକା ଦଳ।

Comments are closed.