ପୁରୀ: ଅକ୍ଟୋବର ୦୫: ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ହୋଇଥିଲା । ଏଥିରେ ତିନି ମୁଖ୍ୟ ଦଳର ପାର୍ଥୀମାନେ ପିପିଲି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ, ବିଜେଡ ପାଥ୍ରୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପାର୍ଥୀ ବିଶ୍ୱକେଶନ ମହାପାତ୍ର । ତେବେ ବିଜେଡିର ପାର୍ଥୀ ରୁଦ୍ର ମହାରଥୀ ଦୁଇ ଦଳଙ୍କୁ ପରାସ୍ତ କରି ପିପିଲିର ବିଧାୟକ ପଦ ହାତେଇ ନେଇଥିଲେ । ଆଜି ସେ ବିଧାୟକର ଭାବେ ଶପଥ ନେଇଛନ୍ତି । ସେ ପିପିଲି-ଡେଲାଙ୍ଗର ବିଧାୟକ ହୋଇଛନ୍ତି । ନବନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶପଥ ପାଠ କାର୍ଯ୍ୟକ୍ରମରେ ସେ କହିଛନ୍ତି, ବାପାଙ୍କ ଦେହାନ୍ତ ପରେ ଅଧୁରା କାମ ବଳକା ରହିଛି । ତାହାକୁ ଆଗ ପୂରଣ କରିବି । ଏହାସହ ସବୁ ପଞ୍ଚାୟତକୁ ଯିବି ଓ ସମସ୍ୟା ବଝିବା ସହିତ ତାହାକୁ ସମାଧାନ କରିବାକୁ ଚେଷ୍ଟା କରିବି ।
ସୂଚନା ଥାଉଯେ, ଗତ ୩ ତାରିଖରେ ପିପିଲିରେ ଭୋଟ ଗଣତି ହୋଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୯୧୬ ଭୋଟ୍ରେ ହରାଇଛନ୍ତି ନୂଆ ବିଧାୟକ ରୁଦ୍ର । ତେବେ ରୁଦ୍ର ମହାରଥୀ ମୋଟ୍ ୯୬, ୩୯୨ ଭୋଟ ପାଇ ବିଜୟ ହୋଇଥିଲେ । ଅନ୍ୟପକ୍ଷେ, ଆଶ୍ରିତ ୭୫, ୭୭୦ ଭୋଟ ପାଇଥିଲା ବେଳେ କଂଗ୍ରେସ ପାର୍ଥୀ ବିଶ୍ୱକେଶନ ୪,୨୩୭ ଭୋଟ ପାଇଥିଲେ ।
Comments are closed.