ବଲାଙ୍ଗିର: ଅକ୍ଟୋବର ୨୩: କରୋନା କାଳରେ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଏହି ଯୋଜନା ମାଧ୍ୟମରେ କୋଟି କୋଟି ଶ୍ରମିକଙ୍କୁ ପାଉଣା ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ଉଭୟ ସରକାର । କି;ୁ ନରେଗା କାମ କରାଇ ବର୍ଷ ବର୍ଷ ଧରି ଶ୍ରମିକଙ୍କୁ ପାଉଣା ଦେଉନଥିବା ଅତି ଦୁଃଖର ବିଷୟ ।
ମନେରେଗା ଆଇନ ଅନୁସାରେ, ଶ୍ରମିକ କାମ କରିବା ୧୫ ଦିନ ଭିତରେ ସରକାର ତାଙ୍କୁ ତାଙ୍କର ପାଉଣା ଦେବେ । କି;ୁ ଆଇନରେ ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ବର୍ଷ ବର୍ଷ ଧରି ସରକାର ପାଉଣା ଦେଉନାହାନ୍ତି ଏବଂ ପଚାରିଲେ ଅସହାୟତା ପ୍ରଦାନ କରୁଛନ୍ତି ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବିବୃତ୍ତି ରେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ବ୍ଲକ ସ୍ଥିତ ମନହୀରା ପଂଚାୟତର ଅନେକ ମନରେଗା ଶ୍ରମିକ ଦୀର୍ଘ ଦିନରୁ କାମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କର ପାଉଣା ପାଇନାହାନ୍ତି । ଏଥିରୁ କିଛି ଶ୍ରମିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାମ କରିଛନ୍ତି ଏବଂ କିଛି ମନରେଗା ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ମାଟିକାମ କରିଛନ୍ତି । କି;ୁ ବାରମ୍ବାର ପଇସା ପାଇଁ ଧାଁଧପଡ କରିବା ପରେ ଆଜି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ତାଙ୍କର ଅଭିଯୋଗ କାମ ବହୁ ମାସରୁ ସରିଥିଲେ ସୁଦ୍ଧା ତାଙ୍କର ପ୍ରାପ୍ୟ ପାଇବାର ଅଧିକାର ତାଙ୍କୁ ବଞ୍ଚିତ କରାଯାଇଛି । ଆଜି ମଧ୍ୟ ସେମାନେ ତାଙ୍କର ଗୋଟିଏ ଶ୍ରମଦିବସକୁ ନଷ୍ଟ କରି ଭୋକ ଉପାସରେ ଗାଡି ଭଡା ଦେଇ ଜିଲ୍ଲାପାଳଙ୍କ ଅଫିସକୁ ଆସିଛନ୍ତି । ଏହାର ଭରଣା କିଏ କରିବ ବୋଲି ପ୍ରଶାସନ ଆଗରେ ପ୍ରଶ୍ନ ରଖିଥିଲେ ।
ଏହି ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ, ସଦରବ୍ଲକ ବିଡିଓ, ଏବିଡିଓଙ୍କ ସହ ଆଲୋଚନାରୁ କିଛି ଫଳ ନ ମିଳିବାରୁ ସେ ତକ୍ଷଣାତ ପଞ୍ଚାୟତରାଜ ବିଭାଗର ସଚିବ ମୀନାଙ୍କ ସହ ଫୋନ ଯୋଗେ ଏହାର ସମାଧାନର ରାସ୍ତା ବାହାରକରିବା ପାଇଁ ଆଲୋଚନା କରିଥିଲେ । କି;ୁ ଆଲୋଚନା ସମୟରେ ପଂଚାୟତ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ମଧ୍ୟ ନିଜର ଅସହାୟତା ପ୍ରକାଶ କରିବା ସରକାରଙ୍କ ମିଥ୍ୟା ଶ୍ରମିକ ପ୍ରୀତିର ପର୍ଦ୍ଦାଫାସ କରୁଛି । ଆଲୋଚନା ସମୟରେ ଏହା ମଧ୍ୟ ଜଣାଯାଇଥିଲା ଯେ ମନରେଗା କାମକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମନଇଚ୍ଛା ସମୟ ସମୟରେ ବେଆଇନ ଭାବରେ ବିଭିନ୍ନ ନିର୍ଦ୍ଦେଶ ଦେଉଛନ୍ତି । ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ସ୍ପଷ୍ଟ ଭାବରେ କହିଛନ୍ତି ଯେ ମନରେଗା ଯୋଜନା ଏକ ଆଇନରେ ବନ୍ଧା । କୌଣସି ବି ସରକାର ତାଙ୍କର ମନଇଚ୍ଛା ତାହାକୁ ଏପଟ ସେପଟ କରିପାରିବେ ନାହିଁ । ଏହି ସମସ୍ୟାର ସମାଧାନକୁ ନେଇ ଏଡିଏମ୍ ଅନନ୍ତ ନାରାୟଣ ସିଂଲାଗୁରି, ବଲାଙ୍ଗିର ବ୍ଲକ ବିଡିଓ, ଏବିଡିଓ କିଛି ଦିନର ମହଲତ ମାଗିବା ପରେ ଧାରଣାରତ ଶ୍ରମିକମାନେ ଧାରଣାରୁ ଉଠିଥିଲେ ।
Comments are closed.