ୟୁକ୍ରେନ୍‌ ସେନା ଆକ୍ରମଣରେ ଋଷ୍‌ର ମେଜର ଜେନେରାଲ ନିହତ

ନୂଆଦିଲ୍ଲୀ: ମାର୍ଚ୍ଚ ୮: ଋଷ୍‌ ଏବଂ ୟୁକ୍ରେନ ୟୁଦ୍ଧ ଆଜିକୁ ୧୩ ଦିନ ପୂରିଛି । ଏହାରି ମଧ୍ୟରେ ୟୁକେନ୍‌ ଓ ଋଷ୍‌ର ବହୁ ସେନା ନିହତ ହୋଇଛନ୍ତି । ତେବେ ଏହି ଯୁଦ୍ଧରେ ଆଜି ଋଷ୍‌ର ମେଜର ଜେନେରାଲ ମେଜର ନିହତ ହୋଇଥିବା ଖବର ୟୁକ୍ରେନ୍‌ ଇଣ୍ଟେଲିଜେନ୍‌ସ ତରଫରୁ ସୂଚନା ମିଳିଛି ।

ୟୁକ୍ରେନର ଇଣ୍ଟେଲିଜେନ୍‌ସ ସୂଚନା ମୁତାବକ ଖାର୍କୀଭଠାରେ ୟୁକ୍ରେନ ବାୟୁସେନା ଆକ୍ରମଣରେ ଋଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କ ମୃତୁ୍ୟ ହୋଇଛି । ଜେନେରାଲ ଭିଟାଲୀ ଜେରାସିମୋଭ ଋଷ୍‌ ସେନାର ଜଣେ ବରିଷ୍ଠ ସେନା ଅଧିକାରୀ ଥିଲେ । ସିରିଆ ଯୁଦ୍ଧରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ଦି କିଭ ଇଂଡିପେଣ୍ଡେଣ୍ଟ ପକ୍ଷରୁ ମଧ୍ୟ ଏହି ଖବରକୁ ସମର୍ଥନ କରିଛି ।
ୟୁକ୍ରେନ୍‌ ସେନା ଆକ୍ରମଣରେ ଋଷ୍‌ର ମେଜର ଜେନେରାଲ ନିହତ

ସୂଚନା ଯୋଗ୍ୟଯେ, ଏହା ପୂର୍ବରୁ ୟୁକ୍ରେନ ସୂଚନା ଦେଇଥିଲା ଯେ, ଋଷ୍‌ ବାୟୁସେନାର କମାଣ୍ଡିଙ୍ଗ ଅଫିସର ଥିବା ମେଜର ଜେନେରାଲ ଏଣ୍ଡ୍ରଇ ଶୁଖୋବେଶକିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଫେବୃୟାରୀ ୨୪ରୁ ଚାଲିଥିବା ଏହି ଯୁଦ୍ଧରେ ଋଷର ଦୁଇ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମୃତୁ୍ୟ ହୋଇଥିଲେ ମଧ୍ୟ ଋଷ୍‌ ପକ୍ଷରୁ ଏପର୍ଯ୍ୟନ୍ତ ଏହି ବାବଦରେ କିଛି ଖବର ମିଳିନାହିଁ ।

Comments are closed.